ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ୧ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

କୋକସରା, (ହିରଣ୍ୟ ବେହେରା ): ଇନ୍ଦ୍ରାବତୀ ବାମ କେନାଲ ରୁ ଗତ ଜାନୁଆରୀ 5 ତାରିଖ ରୁ ରବି ଋତୁ ଧାନ ଚାଷ ପାଇଁ ଜଳ ସମ୍ପଦ ବିଭାଗ କେନାଲ ରେ ପାଣି ଛାଡିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଚାଷୀଙ୍କ ଜମିରେ ପାଣି ମାଡ଼ି ନାହିଁ । ଫଳରେ ଚାଷୀ ତଳି ପକେଇ ପାରୁନାହାନ୍ତି କି ଚାଷ ପାଇଁ ଅନିଶ୍ଚିତତା ମଧ୍ୟରେ ରହି ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ୧ ନିର୍ବାହୀ ଯନ୍ତ୍ରୀ କୁସୁମଖୁଣ୍ଟି ଙ୍କ କାର୍ଯ୍ୟାଳୟ କୁ ମୋଟେର ପଞ୍ଚାୟତ ର କୁସୁମ ଖୁଣ୍ଟି, ଜଲତାମୁଣ୍ଡା, ଖୁଟୁଲୁ ଗୁଡା, ବାଟିଗୁଡା ଓ ମୋଟେର ର ଚାଷୀ ମାନେ ଘେରାଉ କରିଥିବା ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମଧ୍ୟାହ୍ନ ସୁଦ୍ଧା କୌଣସି କୌଣସି ଅଧିକାରୀ ଙ୍କ ଦେଖା ଦର୍ଶନ ନ ମିଳିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରି ଆସନ୍ତା ଗୋଟେ ଦୁଇ ଦିନ ମଧ୍ୟରେ ଜମି କୁ ପାଣି ନ ମାଡ଼ିଲେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

Udyog Nursery
Udyogi Nursery

କୁସୁମଖୁଣ୍ଟି ପାଣି ପଞ୍ଚାୟତ ର ସଭାପତି ଘେନୁ ବେହେରା ସମେତ ମଙ୍ଗରାଜ ବେହେରା, ଖଗେଶ୍ୱର ବେମାଳ, କୁମୁଦ ବେହେରା, ପରମେଶ୍ୱର ବାଗ, ବିରଞ୍ଚି ହାତୀ, ତ୍ରିଲୋଚନ ମାଝୀ, ଧନେଶ୍ୱର ବାଣୁଆ, ଧର୍ମ ସିଂ ହାତୀ ପ୍ରମୁଖ ପାଞ୍ଚ ଖଣ୍ଡ ଗ୍ରାମର ଶତାଧିକ ଚାଷୀ ଚାଷ ଜମିରେ ଆଗାମୀ ଦୁଇ ଦିନ ଭିତରେ ପାଣି ନ ମାଡିଲେ ଆନ୍ଦୋଳନ କୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି । ଏ ନେଇ କୁସୁମ ଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.