ଜାନୁଆରୀ ୩୧ରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ପୁଷ୍ ପୁନି ଭେଟ୍‌

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ପୁଷ ପୁନି ଭେଟ ଆସନ୍ତା ୩୧ତାରିଖରେ ହେବା ନେଇ ଗୁରୁବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଯୁବକବି ନରେନ୍ଦ୍ର କୁମାର ଭୋଇ ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ କୌତୁକ ପନ୍ଦର ଯୋଗଦେବେ । ଏହି ପ୍ରସ୍ତୁତି ବୈଠକରେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିବାବେଳେ ସଭାପତି ପଦ୍ମ ଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପବନ କୁମାର ମହାଲିକ, ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ଉଦୟ ନାୟକ, ରାମେଶ୍ୱର ପ୍ରସାଦ ସାହୁ, କୀର୍ତ୍ତନ ଘିଭେଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଏକ କବିତା ପାଠୋତ୍ସବ ସହିତ ସାହିତ୍ୟ ସଭା ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.