କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ଭବାନୀପାଟଣା: କଳାହାଣ୍ଡି ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କ ଉପସ୍ଥିତିରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ନାରାୟଣ ପ୍ରସାଦ ପଟ୍ଟନାୟକ ପତାକା ଉତ୍ତାଳନ କରି ସମବେତ ଓକିଲ ମାନଂକୁ ଉଦବୋଧନ ଦେଇଥିଲେ।


ପ୍ରାରମ୍ଭରେ ମଧୁବାବୁ ଏବଂ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଓକିଲ ସଂଘର ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ, ସହ ସମ୍ପାଦକ ଯଶୋବନ୍ତ ନାଏକ, କୋଷାଧ୍ୟକ୍ଷ ଶୁଭାରଂଶୁ ସାହୁ, ବରିଷ୍ଠ ଆଇନଜୀବି ଜିତେନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ ବାରିକ, ସୁଧୀର ପଣ୍ଡା, ନିହାର ମିଶ୍ର, ଭବାନୀ ସାହୁ, ମାନସ ମହାନ୍ତି, ଶୈଳେଶ ବେହେରା,

ବରିଷ୍ଠ ଆଇନଜୀବୀ ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସୁଧୀର ପଟ୍ଟନାୟକ, କ୍ଷୀରୋଦ ନେଗୀ, ନୋଟାରୀ ସତ୍ୟ ନାରାୟଣ ପଣ୍ଡା, ମନୋଜ ତାଣ୍ଡି, ଅନୁରାଧା ମହାରଣା, ଯଶୋବନ୍ତି ଦେଇ, ଧର୍ମେନ୍ଦ୍ର ନାଏକ, କିଶୋର ପଣ୍ଡା, ନିହାର ରଞ୍ଜନ ମିଶ୍ର, ଅଶ୍ବିନୀ ଦାସ ଓ ଅନ୍ୟାନ୍ୟ ଆଇନଜୀବୀମାନେ ଜାତୀୟ ସଂଗୀତ ଗାନ କରି ଏହି ଜାତୀୟ ଦିବସକୁ ସମ୍ମାନ ଓ ଅଭିବାଦନ ଜଣାଇଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.