ଲକ୍ଷ୍ମୀପ୍ରସାଦ ହାଟରେ ଲୋକେ ମାନୁନାହାନ୍ତି ନିୟମ

ଉଲଙ୍ଘନ ହେଉଛି କୋଭିଡ ଗାଇଡ ଲାଇନ, ପ୍ରଶାସନ ଦୃଷ୍ଟି ଦିଅନ୍ତୁ

ବୌଦ୍ଧ: କରୋନା ମହାମାରୀ ସାରା ଦେଶରେ ତାଣ୍ଡବ ରଚିଥିବା ବେଳେ ଏବେ ମହାମାରୀର ଦ୍ୱିତୀୟ ଲହରୀ ଆରମ୍ଭ ହୋଇ ଯାଇଛି। ଏହାକୁ ପ୍ରତିହତ କରିବାକୁ ସରକାରୀ ସ୍ଥରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାକରଣ ଚାଲିଥିବାବେଳେ ଅଧିକ ସଂକ୍ରମିତ ଜିଲ୍ଲାମାନଙ୍କରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସଚେତନତା କରାଯାଉଛି। ତେବେ ଅନେକ ସ୍ଥାନରେ ଲୋକେ କରୋନା କଟକଣାକୁ ମାନୁ ନଥିବା ଦେଖାଯାଉଛି।

Omkar Vasthu
Omkar Vasthu


ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ସାପ୍ତାହିକ ହାଟରେ। ମଙ୍ଗଳବାର ଦିନ ବସୁଥିବା ଏହି ହାଟରେ ଖୁଲମ ଖୁଲା ଭାବେ କୋଭିଡ୍ କଟକଣାକୁ ଉଲଘଂନ କରାଯାଉଥିବା ଦେଖାଯାଉଛି। ଏଠାରେ ବ୍ୟବସାୟୀ କିମ୍ବା ଗ୍ରାହକ କାହାର ମୁହଁରେ ନା ମାକ୍ସ ଅଛି ନା ରହିଛି ସାମାଜିକ ଦୂରତା। ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.