କେଗାଁ ଥାନା ଅଞ୍ଚଳରୁ ଗୋଟିଏ ରାତିରେ ତିନି ଦୋକାନରୁ ଲକ୍ଷାଧିକ ସାମଗ୍ରୀ ଚୋରି ଅଭିଯୋଗ, ପୋଲିସର ତଦନ୍ତଜାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଟିଙ୍ଗିପଦର ଗ୍ରାମର ଦୁଇଟି ଦୋକାନ ଓ ଚହକା ଗ୍ରାମର ଗୋଟିଏ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଟିଙ୍ଗିପଦର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠିଆଙ୍କ କମ୍ପ୍ୟୁଟର ଦୋକାନରୁ ଏକ କମ୍ପ୍ୟୁଟର ସାମଗ୍ରୀ ସହିତ ପ୍ରିଣ୍ଟର ଓ ଆନ୍ୟନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ଠିକ ସେହିପରି ଏହି ଗ୍ରାମର ଦିବ୍ୟରଞ୍ଜନ ମାଝୀଙ୍କ ରାସନ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଚହକା ଗ୍ରାମର ଈଶ୍ୱର ଚନ୍ଦ୍ର ବିଶ୍ବାଳଙ୍କ କପଡା ଦୋକାନରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ଦୋକାନରୁ ଚୋରମାନେ ଲକ୍ଷାଧିକ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ତିନି ଗୋଟି ଦୋକାନରୁ ସମାନ ଭାବେ ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି ।  ଅଭିଯୋଗ ପରେ ଘଟଣାସ୍ଥଳକୁ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୁମାର କୋଲାହାରସ ତଦନ୍ତ ଆରମ୍ଭ କରିଛନ୍ତି । ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ ଓ  ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରିଥିଲେ । ବିଗତ ଛଅ ମାସ ତଳେ ଗୋଲାମୁଣ୍ଡା ବ୍ଲକରେ ବିଭିନ୍ନ ଗ୍ରାମରେ ଚୋରି ଡ଼କାୟତି ହୋଇଥିବା ବେଳେ ଏହି ଘଟଣାର ମୁଖ୍ୟକୁ ପୋଲିସ କୋର୍ଟ ଚଳାଣ କରିଥିବା ବେଳେ ବର୍ତ୍ତମାନ ପୁଣି ଚୋରି ହୋଇଥିବାରୁ ଲୋକେ ଚିନ୍ତାରେ ଅଛନ୍ତି ଏଣୁ ଏହି ଚୋର ଦଳକୁ ତୁରନ୍ତ ଧରିବାକୁ ସଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.