ଜୁନାଗଡ଼ ବିଧାୟକଙ୍କ ଦ୍ୱାରା ବୋର୍ଡିଠାରେ ନୂତନ ମଣ୍ଡି ଓ ସପ୍ତାହିକ ବଜାର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମ ଗସ୍ତ କରିଥିଲେ । ଏହି ଅବସରରେ ବୋର୍ଡି ଗ୍ରାମପଞ୍ଚାୟତ ନିକଟରେ ନୂତନ ମଣ୍ଡି ଓ ସପ୍ତାହିକ ବଜାରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଜୟସେନ ସାହୁ, ସରପଞ୍ଚ ସ୍ୱାଦି ପଟେଲ, ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ସମାଜସେବୀ ସଚ୍ଚି ମହାକୁଡ଼, ଅଶୋକ ପଟ୍ଟନାୟକ ସିନାପାଲି ସମିତି ସଭ୍ୟ ଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ବୋର୍ଡିଠାରେ ଏକ ସପ୍ତାହିକ ବଜାର ଓ ଧାନ ବିକ୍ରି ପାଇଁ ଲୋକଙ୍କୁ ଅନେକ ଅସୁବିଧା ହେଉ ଥିବାରୁ ଏଠାରେ ଏକ ମଣ୍ଡି ସ୍ଥାପନା କରିବାରୁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ରଙ୍କୁ ଦାବୀ କରି ଆସୁଥିଲେ । ଆଜି ଏହି ଦାବୀ ପୂରଣ ହୋଇଥିବାରୁ ଏହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.