ବାଂଲାଦେଶକୁ ହରାଇ ସେମିର ନିକଟତର ହେଲା ଭାରତ

ଓଡ଼ିଆ ବାର୍ତ୍ତା/ ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଚମତ୍କାର ଅପରାଜିତ ଅର୍ଦ୍ଧଶତକ(୬୪ରନ), କେଏଲ ରାହୁଲଙ୍କ ୫୦ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୩୦ ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ୭ ଓଭରରେ ଦଳ ୬୬ ରନ ସଂଗ୍ରହ କରି ନେଇଥିଲା । ଏହା ପରେ ବର୍ଷା ହୋଇଥିଲା । ବର୍ଷା ଯୋଗୁ ବାଂଲାଦେଶ ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୧୬ ଓଭରରେ ୧୫୧ ରନ ରଖାଯାଇଥିଲା । ଲିଟନ ଦାସ ୬୦ ରନ କରି ଆଉଟ ହେବା ପରେ ଭାରତୀୟ ବୋଲର ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଶେଷ ଓଭରରେ ବିଜୟ ପାଇଁ ବାଂଲାଦେଶକୁ ୨୦ ରନ ଆବଶ୍ୟକ ହେଉଥିଲା । ଅର୍ଶଦୀପ ସିଂଙ୍କ ଏହି ଓଭରରେ ସେମାନେ ୧୪ ରନ କରିବାରେ ସଫଳ ହୋଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.