କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୨ ଧର୍ମଗଡ଼ ପାଇଁ କୋର କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୨ ଧର୍ମଗଡ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ କୋର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବିଡିଓ ଶରତ ସେଠି, ତହସିଲଦାର ହରେକୃଷ୍ଣ ବରିହା, ସହକାରୀ ଉପ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ, ନଗରପାଳ ଅଶୋକ କୁମାର ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂହଙ୍କ ସମେତ ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ପ୍ରଣାମ କଳାହାଣ୍ଡି ଅଧ୍ୟକ୍ଷ ବିଦ୍ୟାଧର ସାହୁ, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ କାନ୍ତ ଜାଲ, କଳସ ଯାତ୍ରା କମିଟି ଅଧ୍ୟକ୍ଷ ଅଜୟ କୁମାର ନାଏକ, କୋର କମିଟି ସଦସ୍ୟ ବରିଷ୍ଠ ସଦସ୍ୟ ହୃଷିକେଶ ମିଶ୍ର, ଭବାନି ଚରଣ ଦାସ, ସୁବାସ ପାଣିଗ୍ରାହୀ, ଇଙ୍ଗିତ କୁମାର ପଣ୍ଡା, ହୀରା ବାଗଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.