ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଗୁରୁବାର ପେଟ୍ରୋଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି। ସୂଚନା ଅନୁସାରେ, ପାରାଦୀପରୁ ବୋରିଗୁମ୍ମା ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଗାଡ଼ି ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିବା ବେଳେ ଟେଙ୍କରରୁ ପେଟ୍ରୋଲ ଓ ଡିଜେଲ ଲିକେଜ ହୋଇ ରାସ୍ତାରେ ବୋହି ଯାଉଥିଲା । ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ସୂଚନା ମିଳିଛି। ଦୁର୍ଘଟଣାର ଖବର ପାଇ ଆମପାଣି ପୁଲିସ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାକୁ ବନ୍ଦ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିବା ବେଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଯାତାୟତ ସମ୍ପର୍ଣ୍ଣ ଠପ୍ ହୋଇଥିଲା। ଦିର୍ଘ ସମୟ ଧରି ଆମପାଣି ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିଲା। ଖବର ପାଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ଉପ- ଜିଲ୍ଲାପାଳ ଦେବ ଭୂଷଣ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.