‘ଲୋକସଂସ୍କୃତି ପରି କ୍ରୀଡ଼ା ହେଉଛି ଓଡିଶା ଜନଜୀବନର ଏକ ଅଭିନ୍ନ ଅଙ୍ଗ’

ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଲାପଡାର ବାର୍ଷିକ କ୍ରୀଡ଼ା ଉତ୍ସବ ଉତଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକଗୀତ, ଲୋକସଂସ୍କୃତି ପରି କ୍ରୀଡ଼ା ହେଉଛି ଓଡିଶା ଜନଜୀବନର ଏକ ଅଭିନ୍ନ ଅଙ୍ଗ। ବିଭିନ୍ନ ଖେଳ ମଧ୍ୟରେ ହକି ଓଡ଼ିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି। ଶିକ୍ଷା ବିଭାଗର ପ୍ରୟାସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଶିଶୁର ଶାରୀରିକ, ମାନସିକ ଓ ବୈ।ଦ୍ଧିକ ବିକାଶରେ କ୍ରୀଡାର ଭୂମିକା ଅନନ୍ୟ ବୋଲି ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଲାପଡାର ବାର୍ଷିକ କ୍ରିଡ଼ାର ଉଦଜାପନୀ ସମାରୋହରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ସରକାରୀ ଦାମୋଦର ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ହକି ବିଶ୍ବକପ୍ ପାଇଁ ଉତ୍ସହର ମାହୋଲ ଥିବାବେଳେ ଦାମୋଦର ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ସନ୍ତୋଷାନନ୍ଦ ନାୟକଙ୍କ ପରିଚାଳନାରେ ହକି ଖେଳ ସହ ବିଦ୍ୟାଳୟର କ୍ରିଡ଼ା ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ଶିକ୍ଷାର୍ଥୀମାନେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୈ।ଡ଼, ଜାଭଲିନ ଥ୍ରୋ, ସଟପୁଟ, ଡିସକସ ଥ୍ରୋ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନର୍ଲା ବିଇଓ ତପିମଣି ଜାନୀ ଶୁକ୍ରବାର ଏହାକୁ ଉଦଘାଟନ କରିଥିବାବେଳେ ଆଜି ଶନିବାର ଏବିଇଓ ଗୋବର୍ଦ୍ଧନ ମାଝୀ ଉଦଜାପନୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ପ୍ୟାରେଡ କରି ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଲାପଡାର ପ୍ରଧାନ ଶିକ୍ଷକ ନେପାଳ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ତୁଳାପଡା କଲେଜ ଅଧ୍ୟକ୍ଷ ସୁଶୀଲ ସେନାପତି, ହିନ୍ଦୀ ଶିକ୍ଷକ ବିମଲ ରାସବିହାରୀ ପଧାନ, ଶିକ୍ଷକ ବୁଡୁ ପାନ ଓ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ମଞ୍ଚାସୀନ ହୋଇଥିଲେ। ‘ଆନୁଷ୍ଠାନିକ ହେଉ ଅବା ସରକାରୀ ସ୍ତରରେ ହେଉ ପ୍ରତ୍ୟେକ କ୍ରୀଡା ତୁଳାପଡା ମାଟିରେ ସଫଳ ରୁପାୟନ ହେବାରେ କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକଙ୍କ ଦୃଢ ମନୋବଳ, ତ୍ୟାଗ ଓ ନିରନ୍ତର ଚେଷ୍ଟା ରହିଛି’ ବୋଲି ସାମ୍ବାଦିକ ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ ମତ ପ୍ରକାଶ କରିଥିଲେ। କ୍ରୀଡା ଶିକ୍ଷକ ଧୃବ ନାଗ ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.