ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଚାଲିଥିବା ଦୁଇ ଦିନିଆ ‘ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍’ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କୁ ନେଇ ଏହି ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନ, ବଲାଙ୍ଗିର ୟୁଥ୍ ଏକ୍ସନ କମିଟି, ସ୍ମାଇଲ ଫର ଅଲ, କୋସଲ ମୁକ୍ତି ମୋର୍ଚ୍ଚା, ବଜରଂଗ ଦଳ, ପଶ୍ଚିମ ଓଡିଶା ଯୁବ ମଂଚ, ମାହେଶ୍ୱରୀ ସେନା, ଯୁବ ପ୍ରତାପି ସେନା ଆଦି ୮ଗୋଟି ଦଳ ଭାଗ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫାଇନାଲରେ ଯୁବ ପ୍ରତାପି ସେନା ଓ କେଏମ୍‌ଏମ୍ ଫାଇଟର୍ସ ମଧ୍ୟରେ ଖେଳ ହୋଇଥିଲା ଏବଂ କେଏମ୍‌ଏମ୍ ଫାଇଟର୍ସ ଦଳ ବିଜୟୀ ହାସଲ କରିଥିଲେ । ସେହିପରି କାଉନସିଲର -୧୧ ଓ ସାମାଜିକ କର୍ମୀ -୧୧ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କାଉନସିଲର-୧୧ ବିଜୟଲାଭ କରିଥିଲେ । ଏହି ମ୍ୟାଚ ଗୁଡିକୁ ଅମିତ ମଛଖଣ୍ଡ, ହୃଦୟ ଶବର ଅମ୍ପିୟାର ଭାବେ ଦାୟିତ୍ୱ ତୁଳାଇଥିଲେ ଓ ସ୍କୋରର ଭାବରେ ଜତପତି ନାଏକ ଦାୟିତ୍ୱ ତୁଳାଇଥିଲେ । ପ୍ରଥମ ଦିନରେ ଅତିଥି ଭାବରେ ଗୋପାଳଜୀ ପାଣିଗ୍ରାହୀ, ସନ୍ଦୀପ ବାଗ, ରାଜେନ୍ଦ୍ର ହୋତା, ବିଧୂଭୂଷଣ ତ୍ରିପାଠି ଯୋଗ ଦେଇଥିଲେ ଏବଂ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

ସେହିପରି ଫାଇନାଲ ମ୍ୟାଚରେ ପୌରାଧ୍ୟକ୍ଷା ଲିକା ସାହୁ ଅତିଥି ଭାବରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାକୁ ବିକାଶ ସା, ସଞ୍ଜିବ ସାହୁ, ସୋମନାଥ ମିଶ୍ର, ବିନୋଦ କାଲସାଏ, ବିରେନ୍ଦ୍ର ପାଣ୍ଡେ, ସୁମେଶ ଡାଙ୍ଗ, ଅଭିଷେକ ଦାଶ, ସୁଧାଂଶୁ ମିଶ୍ର, ଅନିମେଶ ସାହୁ, ପ୍ରଶାନ୍ତ ନାୟକ, ହରିଓମ୍ ପଟେଲ, ଗୁଦୁଲୁ, ପ୍ରଜଲ, ଅକ୍ଷୟ, ରଜତ ପ୍ରଧାନ, ଅନିଲ, ନୂତନ ଦାଶ, ଶ୍ରୀପଦା ଷଡଙ୍ଗି, ମିଲି ବାରିକ, କନ୍ଦର୍ପ ରଣା, ମୁକେଶ ପ୍ରଧାନ, ବୁଲୁ ମହାକୁର, ଶ୍ରୀପତି ପ୍ରଧାନ, ମନୋଜ ଖମାରୀ, ରବି ଖମାରୀ, ଶଙ୍କର ପାଣ୍ଡେ, ସରୋଜ ସାହୁ, ପିଙ୍କୁ ବନଛୋର, ପ୍ରତାପ ତ୍ରିପାଠି, ଥବିର କର୍ମୀ ପ୍ରମୁଖ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.