ଗର୍ଜିଲେ ପ୍ରାଥମିକ ଶିକ୍ଷକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଭବାନୀପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ) ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ତିନି ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୦୧ ମସିହାରୁ ଚାକିରୀ କରୁଥିବା ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଚୁକ୍ତି ଭିତ୍ତିକ ଉଚ୍ଛେଦ କରି ମୂଳ ଚାକିରୀରୁ ଗଣନା, ଓଡିଶା ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପୁରୁଣା ପେନସନ ଲାଗୁ ଭଳି ତିନି ଦଫା ଦାବୀ ନେଇ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ଓ କନିଷ୍ଠ ଶିକ୍ଷକ ମାନେ ଅଂଶଗ୍ରହଣ କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଭବାନୀପାଟଣା ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଭବାନୀପାଟଣା ବ୍ଲକ ସଭାପତି ବିଶ୍ୱଜିତ ରାଏ, ସାଧାରଣ ସମ୍ପାଦକ ନାରାୟଣ ବଗର୍ତ୍ତି, ପଦ୍ମିନୀ ସାହୁ, ରାଜକୁମାରି ଶବର, ଝରଣା ପ୍ରଧାନ, ସୁପ୍ରଭା ପଟ୍ଟନାୟକ, ଜ୍ୟୋତିରାଣୀ ଦାସ, ପ୍ରତିଭା ବିଶ୍ୱାଳ, ପ୍ରଦୀପ ରଥ, ପ୍ରଭାତ ପଣ୍ଡା, ଅନୀଲ ନାଏକ, ଚିନ୍ମୟ ମହାନ୍ତି, ପ୍ରଶାନ୍ତ ମୌଲାନା, ସୌମେନ୍ଦ୍ର ମହାନ୍ତି, ବିଜୟ ଦଳେଇ ପ୍ରଭୃତି ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ବିଭିନ୍ନ ସ୍ଲୋଗାନ ଦେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ୧୫ ତାରିଖରୁ ସମସ୍ତ ଏନପିଏସ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ରାଜଧାନୀରେ ଆନ୍ଦୋଳନ ଜୋରଦାର କରିବେ ବୋଲି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ପ୍ରଫୁଲ୍ଲ କୁମାର ଠାକୁର, ଉପଦେଷ୍ଟା ମନୋଜ ପଣ୍ଡା, ମହମ୍ମଦ ଜାକିର, ଧନଞ୍ଜୟ ସାହୁ ସୂଚନା ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.