ନର୍ଲାରେ କେବେ ଆରମ୍ଭ ହେବ ସବ୍ ରେଜିଷ୍ଟାର୍ ଅଫିସ ଓ କୋର୍ଟ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ତହସିଲରେ ସବ୍ ରେଜିଷ୍ଟାର ଅଫିସ ଓ ନର୍ଲାରେ ଜେଏମଏଫସି କୋର୍ଟ ପାଇଁ ସ୍ୱୀକୃତି ମିଳିଥିବା ଜଣାପଡିଛି। କୋର୍ଟ ଭବନ ନିର୍ମାଣ ପାଇଁ ଟଙ୍କା ମଧ୍ୟ ଆସି ସାରିଥିବା ଜଣା ପଡ଼ିଛି। ନର୍ଲାରେ ତହସିଲ ଅଫିସ ସ୍ଥାପିତ ହୋଇ ଦୀର୍ଘ ୧୮ ବର୍ଷ ହୋଇ ସାରିଥିବା ବେଳେ ଜମି ଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରେସନ ପାଇଁ ସ୍ଥାନୀୟ ଲୋକେ ମ. ରାମପୁର ଯାଉଛନ୍ତି। ଦୀର୍ଘ ଦିନରୁ ନର୍ଲାରେ ସବ ରେଜିଷ୍ଟାର ଅଫିସ ଖୋଲିବା ପାଇଁ ଦାବୀ ହୋଇ ଆସୁଛି। ଗତ ବର୍ଷରୁ ନର୍ଲାରେ ସବ୍ ରେଜିଷ୍ଟାର ଅଫିସ ଖୋଲିବା ପାଇଁ ଅନୁମତି ଆସି ସାରିଛି। ଏହା ଜାଣି ଅଞ୍ଚଳବାସୀ ବହୁତ ଖୁସି ହୋଇଥିଲେ। ହେଲେ ଆଜି ହେବ କାଲି ହେବ ବୋଲି ବର୍ଷଟେ ବିତି ସାରିଥିବା ବେଳେ ସବ୍ ରେଜିଷ୍ଟାର ଅଫିସ ନର୍ଲାରେ ଆରମ୍ଭ ହେଲାନାହିଁ। ସେହିଭଳି ନର୍ଲାରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲା। ସେଥିପାଇଁ ମଧ୍ୟ ଗତ ୮ ମାସ ହୋଇଗଲା ସ୍ୱୀକୃତି ମିଳିଥିବା ଜଣାପଡିଛି। ଅସ୍ଥାୟୀ ଭାବରେ ନର୍ଲା ନୋଡାଲ ୟୁପି ସ୍କୁଲ କିମ୍ବା ବ୍ଲକ ପରିସରରେ ଚାଲିବା ପାଇଁ ପ୍ରଚେଷ୍ଟା କରା ଯାଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଏହା ସଫଳ ହୋଇ ପାରିନି। ଜେଏମଏଫସି କୋର୍ଟ ପାଇଁ କେବେ ସ୍ଥାୟୀ ଭବନ ନିର୍ମାଣ ହେବ ଏବଂ ନର୍ଲାରେ କୋର୍ଟ କାର୍ଯ୍ୟକ୍ଷମ ହେବ ସେ ନେଇ ଆଶା ଆଶଙ୍କାରେ ରହିଛନ୍ତି ନର୍ଲା ଅଞ୍ଚଳବାସୀ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲାରେ ଜେଏମଏଫସି ଭବନ ନିର୍ମାଣ ପାଇଁ ନର୍ଲା ତହସିଲଦାର ଚପଟଖଣ୍ଡା ଅଞ୍ଚଳରେ ଜାଗା ଚିହ୍ନଟ କରିଥିବା ବେଳେ ଏହି ସ୍ଥାନ ନର୍ଲାରୁ ୪ କି.ମି. ଦୂରରେ ରହିଛି। ଏଇଠି କୋର୍ଟ ସ୍ଥାପନ ହେଲେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗିବାର ଓ ଯିବା ଆସିବାରେ ଅନେକ ହଇରାଣ ହରକତ ହେବାର ସମ୍ଭାବନା ରହୁଥିବାରୁ ଚପଟଖଣ୍ଡାରେ କୋର୍ଟ ଭବନ ନିର୍ମାଣକୁ ବିରୋଧ କରାଯିବା ସହ ତହସିଲ ଅଫିସ ସମ୍ମୁଖସ୍ଥ ପାଣିଟାଙ୍କି ପାଖରେ କୋର୍ଟ ସ୍ଥାପନ କରାଯାଉ ବୋଲି ଜନସାଧାରଣ ଦାବୀ କରୁଥିବା ଜଣାପଡିଛି। ଏ ବିଷୟରେ ନର୍ଲା ତହସିଲଦାର ଶଙ୍କର ବାଗଙ୍କ ମତାମତ ନେବାରୁ ମୋତେ ରିପୋର୍ଟ ମଗା ଯିବାରୁ ମୁଁ ରିପୋର୍ଟ ଦେଇ ଦେଇଛି। ଆସନ୍ତା ଅପ୍ରେଲ ମାସରୁ ନର୍ଲା ତହସିଲ ଅଫିସରେ ସବ ରେଜିଷ୍ଟାର ଅଫିସ ଚାଲିବ। ଆଉ ଜେଏମଏଫସି କୋର୍ଟ ନର୍ଲା ୟୁପି ସ୍କୁଲରେ ଚାଲିବାର ଥିଲା। କ’ଣ ପାଇଁ ଚାଲିନି ମୁଁ କହି ପାରିବି ନାହିଁ। ଆଉ ଚପଟଖଣ୍ଡା ଅଞ୍ଚଳରେ କୋର୍ଟ ଭବନ ନିର୍ମାଣ ପାଇଁ ଆମେ ଜମି ଚିହ୍ନଟ କରି ଦେଇସାରିଛୁ ବୋଲି କହିଛନ୍ତି। ଏଇଠି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ନର୍ଲାରେ କେବେ ଆରମ୍ଭ ହେବ ସବ ରେଜିଷ୍ଟାର ଅଫିସ ଓ ଜେଏମଏଫସି କୋର୍ଟ?

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.