ଶୃଙ୍ଖଳିତ ଭାବରେ ଚାଲିଛି ମାଟ୍ରିକ ପରୀକ୍ଷା: ନର୍ଲାର ୧୩ ଗୋଟି କେନ୍ଦ୍ରରେ ପରିକ୍ଷା ଦେଉଛନ୍ତି ୧୯୪୮ ଜଣ ଛାତ୍ରଛାତ୍ରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ଦଶମ ବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଏହା ମାର୍ଚ୍ଚ ୨୦ ରେ ସରିବ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ମଧ୍ୟ ମେଟ୍ରିକ ସମେଟିଭ- ୨ ପରୀକ୍ଷା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ପିଲାଏ ପାଠ ପଢି ପାରିଲେ ନାହିଁ । ପରୀକ୍ଷା ମଧ୍ୟ ଦେଇ ପାରିଲେ ନାହିଁ । ଫଳ ସ୍ୱରୁପ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ଭଳି ପରୀକ୍ଷା ମଧ୍ୟ ହୋଇ ପାରିଲା ନାହିଁ । ବୋର୍ଡ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ଗୁଡିକର ମାର୍କ ସହ ସାମଞ୍ଜସ୍ୟ ରହିବା ଭଳି ମାର୍କ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଣୁ ଆଗାମୀ ଦିନରେ ମହାମାରୀ କରୋନା ଭଳି ସ୍ଥିତିକୁ ଲକ୍ଷ୍ୟ ରଖି ବୋର୍ଡ କତ୍ତୃପକ୍ଷ ଗତ ବର୍ଷରୁ ମାଟ୍ରିକ ପରୀକ୍ଷାକୁ ନୂଆ ପ୍ରଣାଳୀରେ କରୁଥିବା ଦେଖିବାକୁ ମିଳିଛି । ମ୍ୟାଟ୍ରିକ (୧୦ମ) ଶ୍ରେଣୀ ଛାତ୍ରଛାତ୍ରୀ ଚଳିତ ବର୍ଷ ଦ୍ୱିତୀୟ ଥର ଭାବରେ ସମେଟିଭ୍-୧ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଯାଇଛି ସମେଟିଭ- ୨ ବୋର୍ଡ ପରୀକ୍ଷା । ଏହା ମାର୍ଚ୍ଚ ୨୦ ଯାଏଁ ଚାଲିବ । ଦୁଇ ଗୋଟି ପରୀକ୍ଷାର ଫଳାଫଳକୁ ପାଥେୟ କରି ଛାତ୍ରଛାତ୍ରଙ୍କ ମୋଟ ମୂଲ୍ୟାୟନ ହେବ ବୋଲି ସୂଚନା ମିଳିଛି । ଗତ ବର୍ଷ ପରୀକ୍ଷା ମୂଳକ ଭାବରେ ବୋର୍ଡ କତ୍ତୃପକ୍ଷ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କୁ ଏହି ପଦ୍ଧତିରେ ପରୀକ୍ଷା କରେଇଥିଲେ । ଏହା ସଫଳତାର ସହିତ ହୋଇଥିବାରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ସମେଟିଭ୍- ୧ ପରୀକ୍ଷା ହୋଇଥିଲା । ଗତ ୨୩/୧୧ ରେ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସମେଟିଭ୍-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏବେ ଶୁକ୍ରବାରରୁ ଚାଲିଛି ସମେଟିଭ- ୨ ପରୀକ୍ଷା । ଏହା ସକାଳ ୮ ରୁ ୧୦ ଟା ଯାଏଁ ୨ ଘଣ୍ଟା ସମୟ ରହିଛି । ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ୧୪ ଗୋଟି ସରକାରୀ ଓ ୧୫ ଗୋଟି ଅନୁଦାନପ୍ରାପ୍ତ ହାଇସ୍କୁଲ ଏଭଳି ୨୯ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୧୯୪୮ ଜଣ ଛାତ୍ରଛାତ୍ରୀ ୧୩ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ସୁପରିଟେଣ୍ଡେଣ୍ଟ ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ । ୧୩ ଗୋଟି ପରୀକ୍ଷା କେନ୍ଦ୍ର ଡିୟୁଭିପି ତୁଳାପଡା ରେ ୧୩୩ ଜଣ, ଘୋଡାବନ୍ଧ ହାଇସ୍କୁଲରେ ୧୪୧, ମିଳିତ ପଞ୍ଚାୟତ ମୁସ୍କୁଟି ହାଇସ୍କୁଲରେ ୧୧୦, ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାରେ ୨୨୬, ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରରେ ୧୮୯, ରୁପ୍ରାରୋଡ ହାଇସ୍କୁଲ ରେ ୨୧୨, ଭାନପୁର ହାଇସ୍କୁଲରେ ୧୪୧, ନିଶାଣପୁର ହାଇସ୍କୁଲରେ ୧୪୬, ସେରଗଡ ବିଦ୍ୟାପୀଠରେ ୭୨, ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ରେ ୧୧୬, ପଲମ ଉଚ୍ଚ ବିଦ୍ୟାପୀଠରେ ୧୬୪, ପଞ୍ଚାୟତ ହାଇସ୍କୁଲ ସରିଆଁରେ ୧୫୧, ଉଲିକୁପା ସରକାରୀ ହାଇସ୍କୁଲରେ ୧୪୭ ଜଣ ଏଭଳି ମୋଟ ୧୯୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୬ ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । କେବଳ ଘୋଡ଼ବନ୍ଧ ପରୀକ୍ଷା କେନ୍ଦ୍ରକୁ ଛାଡି ଅନ୍ୟ ପରୀକ୍ଷା କେନ୍ଦ୍ର ଗୁଡିକରେ କେତେକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିବା ସୂଚନା ମିଳିଛି । ୧୯୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ସମସ୍ତ ୧୩ ଗୋଟି କେନ୍ଦ୍ରରେ ୧୯୪୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ ସୂଚନା ଦେଇଛନ୍ତି। ଏବଂ ୩୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ୧୩ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୫୬ ଜଣ ହାଇସ୍କୁଲ ଓ ପ୍ରାଇମେରୀ ଶିକ୍ଷକ ପରୀକ୍ଷା ଡ୍ୟୁଟି କରିଥିବା ଜଣାପଡ଼ିଛି । ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବରେ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା, ଡିୟୁଭିପି ତୁଳାପଡା, ଘୋଡାବନ୍ଧ, ସେରଗଡ଼, ନିଶାଣପୁର ଏଭଳି ୫ ଗୋଟି କେନ୍ଦ୍ର ରହିଥିବାରୁ ଏହି କେନ୍ଦ୍ର ଗୁଡିକରେ ଶିକ୍ଷା ବିଭାଗର ବିଇଓ ତପିମଣି ଯାନୀ, ଏବିଇଓ ସୂର୍ଯ୍ୟଦେଵ ବାଗ, ଗୋବର୍ଦ୍ଧନ ମାଝୀ, ସୁଦର୍ଶନ ମହାନ୍ତି, ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀ, ଅଭିମନ୍ୟୁ ପଧାନ, ଭଗବାନ ମାଝୀ ପ୍ରମୁଖଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି । ନୋଡାଲ ସ୍କୁଲ ଭାବରେ ନର୍ଲା ହାଇସ୍କୁଲ ରେ ପ୍ରଶ୍ନପତ୍ର ଗଛିତ ରଖାଯାଇଛି । ପରୀକ୍ଷା ଦିନ ପ୍ରତ୍ୟହ ସକାଳୁ ପୋଲିସ ସୁରକ୍ଷାରେ କେନ୍ଦ୍ର ଗୁଡିକୁ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଉଥିବା ଓ ପରୀକ୍ଷା ସରିବା ପରେ ସ୍ୱତନ୍ତ୍ର ଗାଡ଼ିରେ ଉତ୍ତର ଖାତା ସବୁ ନୋଡାଲ କେନ୍ଦ୍ରକୁ ଅଣାଯାଇଥିବା ବିଇଓ ଶ୍ରୀ ଯାନୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.