ପାକିସ୍ତାନ ହେଉଛି ଆତଙ୍କବାଦର ରପ୍ତାନୀକାରୀ ଦେଶ -ଡ଼ଃ ସସ୍ମିତ ପାତ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର ୧୪୬ ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡ଼ଃ ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି। ଏମିତିକି ପାକିସ୍ତାନକୁ ଆତଙ୍କବାଦର ରପ୍ତାନୀକାରୀ ଦେଶ ବୋଲି କହିଛନ୍ତି। କହିରଖୁଛୁ, ଆଇପିୟୁର ଏବେ ଅଧ୍ୟକ୍ଷ ରହିଛନ୍ତି, ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭାରତ ଏହି ଆଇପିୟୁ ମଞ୍ଚରେ କହିଛି, ପାକିସ୍ତାନ ଏଭଳି ଏକ ମଞ୍ଚର ଅପବ୍ୟବହାର କରିଛି। ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ଏହି ପ୍ଲାଟଫର୍ମର ଅପବ୍ୟବହାର କରି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ କଶ୍ମୀରକୁ ପୁଣି ଥରେ ନିଜର ବୋଲି ଉଲ୍ଲେଖ କରିଛି। ଯାହା କେବେ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଜମ୍ମୁ କଶ୍ମୀର ଏବଂ ଲଦାଖ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ। ଏହି ଦୁଇ ଅଞ୍ଚଳରେ ଯାହା ହେଉଛି ତାହା ଭାରତର ଆଭ୍ୟନ୍ତରୀଣ ବ୍ୟପାର। ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ରହିବ ମଧ୍ୟ। ଏ ବାବଦରେ ପାକିସ୍ତାନ ଭଳି ଦେଶ କହିବାରୁ କୌଣସି ପ୍ରକାର ଅଧିକାର ନାହିଁ। ଏହା ବିଡମ୍ବନାର ବିଷୟ ଯେ ଆତଙ୍କବାଦ ରପ୍ତାନୀ କରୁଥିବା ପଡୋଶୀ ଦେଶ ମାନବାଧିକାର କଥା କହି ସମର୍ଥନ ମାଗୁଛି। କିନ୍ତୁ ଦିନକ ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ମଧ୍ୟ କହି ସାରିଛନ୍ତି, ମିଳିତ ଜାତିସଂଘରେ କଶ୍ମୀରର ଏଜେଣ୍ଡା ଉଠାଇବାରୁ ପାକିସ୍ତାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି।

Omkar Vasthu
Omkar Vasthu

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.