ସ୍ମାର୍ଟଫୋନରେ ଗୋପନୀୟତାକୁ ଗୁରୁତ୍ୱ, ସରକାର ଆଣିପାରନ୍ତି ନୂଆ ନିୟମ

ଓଡ଼ିଆ ବାର୍ତ୍ତା/ ନୂୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ବର୍ତ୍ତମାନ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲଡ ଆପ ଆସୁଛି। ହେଲେ ଏବେ ଏପରି ନକରିବାକୁ କେନ୍ଦ୍ର ସରକାର ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି। ଯଦି ଏହା ହୁଏ ତାହେଲେ ସାମସଙ୍ଗ, ଶାଓମି, ଭିଭୋ ଏବଂ ଆପଲ୍ ଭଳି କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପକାଇବ। ଏହି କମ୍ପାନୀର ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲ୍ ହୋଇଥିବା ଆପ୍ ଅଛି ଯାହାକୁ ଡିଲିଟ୍ କରିହେବ ନାହିଁ। କମ୍ପିଟେଟିଭ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଜରିମାନା ଲଗାଇବା ପରେ ଗୁଗୁଲ ଏହାର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଏବଂ ଭାରତୀୟ ବଜାର ପାଇଁ ଗୁଗୁଲ୍ ପ୍ଲେ-ଷ୍ଟୋର ବିଲିଂରେ ଅନେକ ପରିବର୍ତ୍ତନ ଘୋଷଣା କରିଛି। ଯଦିଓ ନୂଆ ସୁରକ୍ଷା ନିୟମ ବିଷୟରେ ଅଧିକ ସୂଚନା ମିିଳିପାରିନି କିନ୍ତୁ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ ମୋବାଇଲ ୟୁଜରଙ୍କ ଡାଟା ସୁରକ୍ଷା ଓ ଗୋପନୀୟତା ନଷ୍ଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏପରି ଏକ ନୂଆ ନିୟମ ତିଆରି କରିବାରୁ କେନ୍ଦ୍ର ଆଇଟି ମନ୍ତ୍ରାଳୟ ଚିନ୍ତା କରୁଛି।୨୦୨୦ ରୁ ଚାଇନା ଟେକ୍ କମ୍ପାନୀଗୁଡିକ ବିରୋଧରେ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ଭାରତ ସରକାର ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ଏତିକି ନୁହେଁ, ଭାରତରେ ଚାଇନା କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ବିନିଯୋଗକୁ ମଧ୍ୟ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇଛି। ଭାରତ ବ୍ୟତୀତ ଆମେରିକା ସମେତ ଅନେକ ଦେଶ ଚାଇନାର ଟେକ୍ କମ୍ପାନୀ ହୁଆୱାଇ ଏବଂ ହିକଭିଜନ ଭଳି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚୀନ୍ କମ୍ପାନୀଗୁଡିକ ଉପରେ ଗୁପ୍ତଚର କାର୍ଯ୍ୟ କରି ସେମାନଙ୍କୁ ସୁରକ୍ଷା ଏଜେନ୍ସି ଯୋଗାଇଦେବା ଅଭିଯୋଗ ରହିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.