ନର୍ଲା ବାର୍ ଆସୋସିଏସନ ନିର୍ବାଚନ: ଚନ୍ଦ୍ର ଶେଖର ଚାନ୍ଦ ସଭାପତି, ଡୁଲେଶ୍ବର ସାହୁ ସଂପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବାର୍ ଏସୋସିଏସନର କାର୍ଯ୍ୟକର୍ତ୍ତା ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଛି। ଚଳିତ ବର୍ଷ ସମସ୍ତ ପଦ ପଦବୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ନର୍ଲା ବାର୍ ଆସୋସିଏସନର ନୂତନ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ଚାନ୍ଦ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସେହିପରି ଭାବରେ ଅଭିଜ୍ଞ ଆଇନଜୀବୀ ଡୁଲେଶ୍ବର ସାହୁ ସଂପାଦକ, ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁ ଉପସଭାପତି, ଯୁଗ୍ମ ସଂପାଦକ ଭାବେ ବିଭୂତି ଭୂଷଣ ବହିଦାର, ସହସଂପାଦକ ଭାବେ ସଞ୍ଜୟ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବେ କ୍ଷିତିଶ ଚନ୍ଦ୍ର ମହାପାତ୍ର ଓ ଲାଇବ୍ରେରୀ ସଂପାଦକ ଭାବରେ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଜିର ନିର୍ବାଚନ ଅଧିକାରୀ ଯୁବ ଆଇନଜୀବୀ ଯୁବରାଜ ହରିଜନ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ସାରା ରାଜ୍ୟରେ ଥିବା ବାର୍ ଆସୋସିଏସନ ମାନଙ୍କରେ ନିର୍ବାଚନ ଚାଲିଛି। ସେହି କ୍ରମରେ ନର୍ଲା ବାର୍ ଆସୋସିଏସନର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ଏହାସହ ଏକଜିକ୍ୟୁଟିଭ୍ ସଦସ୍ୟ ଭାବରେ ବିଶ୍ବ ରଞ୍ଜନ ଭୋଇ, ପୂର୍ଣ୍ଣଚନ୍ଦ୍ର ମାଝୀ, ହିମାଦ୍ରି ସ୍ବାଇଁ, ମଳୟ କୁମାର ପଣ୍ଡା ଓ ପ୍ରଦୀପ୍ତ ମିଶ୍ର ସର୍ବ ସମ୍ମତି କ୍ରମେ ଚୟନ ହୋଇଛନ୍ତି। ଆଗାମୀ ଦିନରେ ଅଞ୍ଚଳର ବିକାଶ ତଥା ନର୍ଲାରେ ଜେଏମଏଫସି ଖୋଲିବା ପାଇଁ ସଂଘର୍ଷ ଜାରି ରଖିବୁ ବୋଲି ନିର୍ବାଚିତ କାର୍ଯ୍ୟକର୍ତ୍ତମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.