ସହିଦ୍ ଯାବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ତରଫରୁ ଜାମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲାରେ ସହିଦ ହୋଇଥିବା ବୀର ଜବାନ ମାନଙ୍କ ପାଇଁ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ନବୀନ ଖମାରୀ ଓ ବାବୁ ସାହୁଙ୍କ ନେତୃତ୍ବରେ ଯୁବକ ସଂଘର ସଦସ୍ୟମାନେ ଏକ କ୍ୟାଣ୍ଡେଲ ଶେଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ। ପରେ ସ୍ଥାନୀୟ କମ୍ପ୍ୟୁନିଟି ହଳଠାରେ ବୀର ସହୀଦ ଯବାନ ମାନଙ୍କ ଅମର ଆତ୍ମା ପାଇଁ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଏଥିରେ ପୂର୍ବତନ ଆର୍ମି ନରେନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ବିନୋଦ ପାଣିଗ୍ରାହୀ, ଅଶ୍ୱିନ ବେଶ୍ରା, ନାରାୟଣ ରାଉତ, ହୃଷି ଦାସ, କେଶରୀ ବଛା, କିଶୋର ସାହୁ, ଚୁମନ ପଟ୍ଟନାୟକ ସମେତ ବିବେକାନନ୍ଦ କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସି ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.