ଧୁମଭଟା ଛକରେ ଡ଼ଃ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ; ଜୟ ଭୀମ୍ ନାରାରେ ପ୍ରକମ୍ପିତ ହେଲା ଗଗନ ପବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଅଲ ଓଡ଼ିଆ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ମାସ ତମାମ ପାଳିତ ହେଉଛି ବିଶ୍ବରତ୍ନ ବାବାସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ସେହି କ୍ରମରେ ଆଜି ମଦନପୁର ରାମପୁର ବ୍ଲକ ଗୋଛାଡେଙ୍ଗେନ ପଞ୍ଚାୟତର ଧୁମାଭଟା ଛକରେ ମହାସମାରୋହରେ ପାଳିତ ହୋଇଯାଇଛି ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି। ଦୁଇ ଦିନ ଧରି ଶହ ଶହ ଆମ୍ବେଦକର ପ୍ରେମୀ ଯୁବକମାନେ ମଟରସାଇକେଲରେ ଶୋଭାଯାତ୍ରା କରି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲେ। ଜୟ ଭୀମ୍ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ମଦନପୁର ରାମପୁର ବ୍ଲକ ଡ଼ମ୍ବ ସମାଜ ସଭାପତି ବୃନ୍ଦାବନ ନାଗ ଏବଂ ଏଓଏସସିଏଫର ବରିଷ୍ଠ କର୍ମକର୍ତ୍ତା ଇନ୍ଦ୍ରମଣି ବାଗଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ରବିବାର ଦିନ ସକାଳ ୧୧ଘଣ୍ଟା ସମୟରେ ଧୁମଭଟା ଛକ ନିକଟରେ ଶହ ଶହ ମହିଳା ଓ ଆମ୍ବେଦକର ପ୍ରେମୀ ଯୁବକ ଯୁବତୀ ସମ୍ମିଳିତ ହୋଇଥିଲେ। ସର୍ବ ପ୍ରଥମେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।

ମ.ରାମପୁର ବ୍ଲକ ଏଓଏସସିଏଫର ଦିଗଦର୍ଶନ ଏବଂ ବ୍ଲକ ସଭାପତି ବୃନ୍ଦାବନ ନାଗଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଛାଡେଙ୍ଗେନ ସରପଞ୍ଚ ଡ଼. ସୁରେଶ କୁମାର ପଧାନ, ବିଶିଷ୍ଟ ଅତିଥି ଏଓଏସସିଏଫ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ତେଜରଜ ବେହେରା, ସମ୍ପାଦକ ଜୟପ୍ରକାଶ ଜାଲ, ଆଇନଜୀବୀ ଛବିଲାଲ ନିଆଲ, ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ, ବରୁଣ ସୁନା, ତୁକୁମନି ସୁନା, ଗୋଛାଡେଙ୍ଗେନ ଏଓଏସସିଏଫ ସଭାପତି ଗୁପ୍ତେଶ୍ୱର ବିଭାର, ସମ୍ପାଦକ ସହଦେବ ବିଭାର, ଯୁବ ସଭାପତି ଅମରନାଥ ବଢେଇ, ଗୋଛାଡ଼େଙ୍ଗେନ ଏଓଏସସିଏଫ କୋଷାଧ୍ୟକ୍ଷ ରାଜେନ୍ଦ୍ର ନାଗ, ଷ୍ଟେରୀଙ୍ଗ କମିଟିର ସଭ୍ୟ ଭୋଲାନାଥ ବଢ଼େଇ, ନେପାଲ ସୁନା, ପ୍ରସନ୍ନ ତାଣ୍ଡି, ସୁବାଷ ବାଗ, ରବି ନାଗ, ଭକଚନ ହରାପଲ୍, ଠାକୁର୍ କୁମାର, କପିଳ ନାଗ ପ୍ରମୁଖ ଉପସ୍ଥିତ ରହି ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ଜୀବନୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରାରମ୍ଭରେ ଡମ୍ବ ସମାଜର ମହାନ ବିଭବ ‘ଡମ୍ ବଜା’କୁ ପ୍ରାଧାନ୍ୟ ଦିଆଯାଇଥଲା। ଏହି ଭବ୍ୟ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଲିଙ୍ଗରାଜ ନାଗ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.