ରାଜ୍ୟର ୧୮ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ, ଆଉ ୩ ଦିନ ଜାରି ରହିବ ତାତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ତେବେ ଆଉ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛି ସହରରେ କାଳବୈଶାଖୀ ସକ୍ରିୟ ରହିଥିବାରୁ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ତଥା ତାହାଠାରୁ ଅଧିକ ରହିଥିବା ରେକର୍ଡ କରାଯାଇଛି । ବଲାଙ୍ଗିରର ତାପମାତ୍ରା ସର୍ବାଧିକ ୪୩.୭ ଡିଗ୍ରୀ ରହିଥିଲା । ସେହିପରି ସୋନପୁର ଏବଂ ସମ୍ବଲପୁରର ତାପମାତ୍ରା ୪୩ଂ ରହିଥିବା ବେଳେ ବୌଦ୍ଧ ଏବଂ ସୁନ୍ଦରଗଡ ୪୨.୮ଂ, ଝାରସୁଗୁଡା ୪୨.୬ଂ, ରାଉରକେଲା ୪୨.୨ଂ, ନୂଆପଡା ଏବଂ ବରଗଡ ୪୨ଂ, ବାରପଦା ଏବଂ ଦେବଗଡ ୪୧ଂ, ହୀରାକୁଦ ୪୦.୯ଂ, ତାଳଚେର ୪୦.୮ଂ, ଟିଟିଲାଗଡ, ଭବାନୀପାଟଣା ଏବଂ ଫୁଲବାଣୀର ତାପମାତ୍ରା ୪୦.୫ଂ, ଅନୁଗୁଳ ୪୦.୧ଂ ଏବଂ ଭଦ୍ରକର ତାପମାତ୍ରା ୪୦ଂ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ପାରଦ ୩୮.୪ଂ ଛୁଇଁଥିବା ବେଳେ କଟକରେ ୩୭.୫ଂ ରହିଥିଲାଅପରପକ୍ଷରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । କେନ୍ଦୁଝରରେ ୨୧.୩ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବାଧିକ ୩୮ମିମି ବର୍ଷା ହୋଇଛି । ସେହିପରି ଭବାନୀପାଟଣରେ .୮ମିମି, କୋରାପୁଟରେ ୮ମିମି, ଦାରିଙ୍ଗବାଡିରେ ୨ମିମି, ରାୟଗଡାରେ ୧୦ମିମି ବର୍ଷା ହୋଇଥିବା ବେଳେ ରାଜଧାନୀରେ ପ୍ରବଳ ପବନ ବୋହିବା ସହ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.