ବୁଢାରଜା ମନ୍ଦିର, କରକ ଜଳପ୍ରପାତ ଓ ଡୋକରୀଚଞ୍ଚରାର ଉନ୍ନତି କରଣ ହେବ -ପାଣ୍ଡିଆନ

କୋକସରା ଗସ୍ତରେ ଫାଇଭ-ଟି ସଚିବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ଫାଇଭ-ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ । ଶନିବାର ଆମପାଣି ବୁଢାରଜା ମନ୍ଦିର ଠାରେ ପହଞ୍ଚି ପ୍ରଭୁ ବୁଡ଼ାରାଜାଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଇଥିଲେ । ସେ ଜୟ ବୁଢାରଜାରୁ ଆରମ୍ଭ କରି ମିଶନ ଶକ୍ତି ମହିଳା ମାନଙ୍କୁ ମିଶନ ଶକ୍ତି ଦ୍ୱାରା ବିନା ସୁଧରେ କେତେ ଟଙ୍କା ଲୋନ ଦିଆଯାଉଛି ଓ ବିଜୁସ୍ୱାସ୍ଥ୍ୟ କାର୍ଡରେ କେତେଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗେଇ ଦିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ ।

ଆମପାଣି ଠାରେ ଥିବା ବୁଢାରଜା ମନ୍ଦିର ଓ କରକ ଜଳପ୍ରପାତର ଉନ୍ନତି କରଣ ପାଇଁ ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ମଞ୍ଚ ସାମ୍ନାରେ ବସିଥିବା ମହିଳା ମାନଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବେ ଭେଟିଥିଲେ । ପାଣ୍ଡିଆନଙ୍କୁ ପାଖରେ ପାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସେଲ୍ଫି ନେଇଥିଲେ । ଏହା ପରେ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକରୀଚଞ୍ଚରା ଅଭିମୁଖେ ଯାଇ ଡୋକରୀଚଞ୍ଚରାର ଉନ୍ନତି ପାଇଁ ପ୍ରଶାସନ ସହିତ ଉନ୍ନୟନ କମିଟି ଆଲୋଚନା କରି ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ ।

ଡୋକରୀଚଞ୍ଚରା ଠାରେ ସ୍ୱଂସହାୟିକା ଗୋଷ୍ଠୀ ତରଫରୁ ସ୍ଵପ୍ରସ୍ତୁତ ପିଠା, ମିଠା ଓ ଜଙ୍ଗଲ ଜାତ ଫଳ ମୁଲ ଭେଟି ଦିଆଯାଇଥିଲା । ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି ଭିନେଲ କ୍ରିଷ୍ଣା, ପୋଲିସ ଡିଜି, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡି ଓ ଏସପି ଅଭିଳାଷ ଜି, ଜିଲ୍ଲାପରିଷଦ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ ଫାଇଭ -ଟି ସଚିବଙ୍କ ସହ ଆସିଥିଲେ ।

କୋକସରା ଗୋଷ୍ଠିଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟେ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା, ସଭାରେ ଯୋଗଦେଇଥିବା ମହିଳା ଓ ପୁରୁଷ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.