ସୁବର୍ଣ୍ଣପୁର ଜିଲ୍ଲାରେ ମିଲର୍ସ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ: ଧାନ ବିକ୍ରୀ କରିନପାରି ହନ୍ତସନ୍ତ ହେଉଛି ଚାଷୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର: (ରାଜ କିଶୋର ତ୍ରିପାଠୀ): ଚାଷୀ ତା ନିଜର କଷ୍ଟ ଉପାର୍ଜିତ ଧାନକୁ ସରକାରୀ ଦରରେ ବିକ୍ରି କରିବାପାଇଁ ନିର୍ଦ୍ଦିଷ୍ଟ ପେକ୍ସ୍ ମାନଙ୍କୁ ନେଉଥିଲେହେଁ ଭିତ୍ତିଭୂମିର ଅଭାବ ସାଙ୍ଗକୁ ପେକ୍ସ୍ ସଂପାଦକ ଅବା ଧାନକିଣାରେ ନିୟୋଜିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠିକ୍ ଭାବରେ ତାଙ୍କ ଦାୟିତ୍ୱ ତୁଳାଉନଥିବାର ଅନେକ ଉଦାହରଣ ଏବେ ସୃଷ୍ଟି ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ। ପ୍ରଥମେ ଟୋକନ ଝାମେଲା ଓ ପରେ ଧାନନେଇ ମଣ୍ଡିରେ ଚାଷୀମାନେ ଗଦା କରିବାପରେ ମିଲର୍ସ୍ ଗାଡ଼ି ପଠାଇବାରେ ଅହେତୁକ ବିଳମ୍ବ କରିବାଦ୍ୱାରା ବଡ଼ବଡ଼ଚାଷୀ ନିଜ ନିଜର ବ୍ୟବସ୍ଥାରେ ମିଲକୁ ଧାନ ପଠାଇ ପେକ୍ସ୍ ରେ ଏଣ୍ଟ୍ରି କରିପାରୁଥିବା ବେଳେ କ୍ଷୁଦ୍ର ଚାଷୀ ଚାତକଭଳି ଖରାବର୍ଷାରେ ମିଲର୍ସ୍ ର ଗାଡ଼ିକୁ ଅପେକ୍ଷା କରି ଟାକିରହୁଛି ଯାହାକି ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି। ଏହାକୁ ନେଇ ଆଜି ଜ଼ିଲ୍ଲାର ବୀରମହାରାଜପୁର ବ୍ଲକ କେନ୍ଦ୍ରିଆପାଲି ପଂଚାୟତର ତିଳେଶ୍ୱର, ବାରଝୁଲା, ଅଚଣ୍ଡା ଗାଁର ବହୁ ଚାଷୀ ଜ଼ିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଠାରେ ଫେରାଦ ହୋଇ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଅପାରଗତା ଉପରେ ଅଭିଯୋଗ କରିଛନ୍ତି l ମା ମଙ୍ଗଳା ଗ୍ରୁପ ମଣ୍ଡିରେ ୮୦୦୦ ରୁ ଉର୍ଧ୍ଵ ପକେଟ ଧାନ ଖୋଲା ଆକାଶ ତଳେ ପଡି ରହିଥିବା ବିଷୟ ଏବଂ ନିକଟସ୍ଥ ବରଗାଁ ସମଲେଶ୍ୱରୀ ରାଇସ ମିଲର ଅଣଦେଖା ପାଇଁ ଗାଡି ପଠାଉ ନ ଥିବା କଥା ପ୍ରକାଶ କରିଛନ୍ତି l ଯା ଫଳରେ ଏହି ପଂଚାୟତର ଶହ ଶହ ଚାଷୀ ମାସ ମାସ ଧରି ଧାନ ବିକ୍ରି କରି ନ ପରି ଘୋର ହଇରାଣ ଓ ଅଭାବ ଅସୁବିଧା ରେ ଥିବା ଜଣା ପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜ଼ିଲ୍ଲାର ଗାଡି ମାଲିକ ମାନଙ୍କୁ ଅଣଦେଖା ସହ ରାଜ୍ୟ ବାହାରକୁ ଧାନ ଚାଲାଣ କରି ପ୍ରଶାସନ ମାଲେମାଲ ହେଇଥିବା ଚାଷୀଙ୍କ ଠୁଁ ସିଧାସଳଖ ଅଭିଯୋଗ ଆସୁଛି l ସୁବର୍ଣ୍ଣପୁର ଜ଼ିଲ୍ଲାର ଅଧିକାଂଶ ମଣ୍ଡିରେ ଅଚଳା ବସ୍ଥା ତଥ୍ୟ ଦେବାକୁ ଅମଙ୍ଗ ଡିଇଓ । କିଛି ଗୁଣ୍ଡା ଶ୍ରେଣୀର ଲୋକ ଓ ଦଲାଲ ମାନଙ୍କ ହାତରେ ଛାଡି ଦେଇ ପ୍ରାୟ ମଣ୍ଡିରେ ଅନୁପସ୍ଥିତ ରହୁଛନ୍ତି ସମ୍ପାଦକ l ଅଧିକାଂଶ ମଣ୍ଡିରେ ମିଲର୍ସ ରାଜ୍ ଚାଲିଛି l ବଡ଼ ଚାଷୀ ନିଜ ଗାଡିରେ ଧାନ ମିଲକୁ ସିଧା ନେଇ ଯାଉ ଥିବା ବେଳେ ଛୋଟ ଚାଷୀ ମିଲ ଗାଡିକୁ ଅପେକ୍ଷା କରି ଭୋକ ଅନିଦ୍ରା ରେ କଷ୍ଟ ଭୋଗୁଛି l ପୁଆ ଭଳି କେତେ ମଣ୍ଡିରେ ଜଣେ ଚୌକିଦାର ଟ୍ରକ ଟ୍ରକ ଧାନ କିଣୁଥିବା ଦେଖିବାକୁ ମିଳିଥିଲା ଏଥିରୁ ଜଣା ପଡୁଛି ଯେ ପେକ୍ସ ଡାଟାରେ ଉଠୁଛି ଧାନ, ବାସ୍ତବ ଚିତ୍ର କିନ୍ତୁ ଅଲଗା ଅଛି l ଗତ ୯ତାରିଖରେ ଆମ ପ୍ରତିନିଧି ସୋନପୁର ବ୍ଲକ ଓ ତରଭା ବ୍ଲକର କିଛି ପେକ୍ସ ପରିଦର୍ଶନ କରି ସେ ସବୁର ଭିତ୍ତିଭୂମି ଓ ସମସ୍ୟା ସବୁକୁ ଅନୁଧ୍ୟାନ କରି ଦେଖିଲେ ଯେ, ଖାରି ପେକ୍ସରେ ଭିତ୍ତିଭୂମିର ପୁରା ଅଭାବ l ମିନି ବ୍ୟାଙ୍କ ଅଚଳ l ଶିବତୁଲାରେ ଜଳ ସଙ୍କଟ l ଛଅ ଛଅ ମାସ ଧରି ଚାଷୀ ଧାନ ବିକ୍ରି ଟଙ୍କା ପାଉନଥିବା ଜଣା ପଡିଛି l ଯାହାକି ନୂତନ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଠାରେ ମଧ୍ୟ ଏ ବିଷୟରେ ସାମ୍ବାଦିକମାନେ ଆଲୋଚନା କରି ତାଙ୍କର ହସ୍ତକ୍ଷେପ ଲୋଡିଥିବା ଜଣା ଯାଇଛି l ପୁଆରେ ରାସ୍ତାରେ ପଡିଛି ହଜାର ହଜାର ବସ୍ତl ଧାନ l ଦେଉଳପଦର, ମେଣ୍ଡାରେ ଧାନ ପଡିଛି ଗଦା ଗଦା ହେଲେ ଦିନ ଦିନ ଧରି ତାଲା ଝୁଲୁଛି l ମରାଡୁଗୁଚ୍ଛା ପେକ୍ସରେ ଫୁଲ ମନମାନି ଚାଲିଛି l ସେଠାରେ ଚାଷୀଙ୍କ ଅଭିଯୋଗକୁ ସିଧାସଳଖ ସଭାପତି କଣ୍ଠରୋଧ କରୁଥିବା ଦୃଷ୍ଟି ଗୋଚର ହୋଇଛି l ସମ୍ପାଦକଙ୍କ ଫୋନ ସବୁବେଳେ ସ୍ବିଚ ଅଫ l ଜଣାଯାଏ ଯେ ଏଇ ସମ୍ପାଦକ ମହାଶୟ ନବୀନ ଦାସ ପୂର୍ବରୁ ଶିବତୁଲା ସମ୍ପାଦକ ଦାୟିତ୍ୱରେ ଥିବା ବେଳେ ତାଙ୍କ ତଳିଆ ୨ ଜଣ କର୍ମଚାରି ଦୁର୍ନୀତିରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଥିଲେ ହେଲେ କୌଶଳ କ୍ରମେ ସେ ଖସି ଯାଇଥିବା ଏବଂ ସେ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ପୁରୁଣା ପେକ୍ସରେ କିଛି ରୋଚକ ତଥ୍ୟ ମିଳିଥିବା ଜଣାଯାଇଛି l ସେଟଲାଇଟ ସମସ୍ୟା ଯୋଗୁ ଅନେକ ପେକ୍ସରେ ଧାନ ବିକ୍ରି କରି ପାରୁନି ଚାଷୀ l ଜ଼ିଲ୍ଲା ର କିଛି ବଛା ବଛା ରାଇସ ମିଲ ଉପରେ ଜ଼ିଲ୍ଲା ପ୍ରଶାସନର ଏତେ ଅନୁକମ୍ପା କାହିଁକି ବୋଲି ଚାଷୀ ନେତାମାନେ ଗ୍ରାସ ରୁଟରେ ପ୍ରଶ୍ନ କରିଛନ୍ତି l ତେଣେ ଆଜି କିଛି ଚାଷୀ ମାନଙ୍କ ସହ ଚାଷୀ ନେତା ବୈକୁଣ୍ଠ ଶତପଥୀ ଓ ପ୍ରଦୀପ ପୁରୋହିତ ପ୍ରମୁଖ ଆସି ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଠାରେ ଉପରୋକ୍ତ ଅଭିଯୋଗ କରିବାରେ ସେ ଏହି ଅଭିଯୋଗ ସବୁକୁ ଅତି ଖାମଖିଆଲି ଭାବରେ ନେଇଥିଲେ। ଏଣୁ ଏ ସବୁକଥାକୁ ବ୍ୟକ୍ତିଗତ ସ୍ତରରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଏପରି ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲାର ସଚେତନ ବର୍ଗ ଦାବି କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.