ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଇଛନ୍ତି ଦକ୍ଷ ପୋଲିସ ଅଫିସର ବିଜୟଲକ୍ଷ୍ମୀ ହିକକା। ପୂର୍ବରୁ ରାୟଗଡ଼ା ଜିଲ୍ଲା ଟିକିରି ଠାରେ ସେ ଥାନାଧିକାରୀ ଭାବେ କାର୍ଯ୍ୟରତ ରହି ନିଜ କାର୍ଯ୍ୟ ଦକ୍ଷତା ପାଇଁ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲେ। ନୂତନ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କୁ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସାକ୍ଷାତ କରିବାସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଜି (ଅଗଷ୍ଟ ୨୮ ସୋମବାର) ଲାଞ୍ଜିଗଡ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ସଭାପତି ନିଲେଶ କୁମାର ନାଗଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଉପସଭାପତି ଆଜିତ ମାଝୀ, ଯୁଗ୍ମ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ ତୁଳ, ବି ତିରୁପତି ପାତ୍ରଙ୍କ ସମେତ ସଦସ୍ୟ ମଳୟ ବେନୁଆଁ, ଦେବାନନ୍ଦ ମାଝୀ, ମନୋଜ ଦୋରା, ଦିଲ୍ଲୀପ ହରିଜନ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ନୂତନ ଥାନା ଅଧିକାରୀଙ୍କୁ ସାକ୍ଷାତକରି ପୁଷ୍ପଗୁଚ୍ଛ ତଥା ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା।