ଛୋଟ ଛୁଆର କାନ୍ଦ ଓ ମୋବାଇଲ ରିଙ୍ଗରୁ ବର୍ତ୍ତିଗଲା ବଡ଼ ଦୁର୍ଘଟଣା

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ସକାଳୁ ସକାଳୁ ଛୋଟ ଛୁଆର କାନ୍ଦ ଓ ଫୋନ୍ ରିଙ୍ଗ୍ କାହାକୁ ଭଲ ଲାଗେନି। କାରଣ ଏହା ନିନ୍ଦ ଭାଙ୍ଗିଦିଏ ଏଥିସହ ବିଭିନ୍ନ କାମରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ନିଷ୍ପାପ ଶିଶୁଟି କଣ ଜାଣିଥାଏ ତାର କାନ୍ଦ ଏଭଳି ଏକ ମାହୋଲ ତିଆରି କରେ। କିନ୍ତୁ ସେଦିନ ଏହି କାନ୍ଦ ଅନେକ ଜଁଣଙ୍କୁ ନୂଆ ଜୀବନ ଦେଇଛି। ମଦୁରାଇରେ ଟ୍ରେନର ଏକ ବଗିରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଅଧିକାଂଶ ଅଣ ନିଃଶ୍ୱାସୀ ହୋଇପଡ଼ିବାରୁ ଏବଂ ନିଆଁର ଆଁରେ ଶିକାର ହୋଇ ପ୍ରାଣ ହରାଇଥିଲେ। ହେଲେ ଯେଉଁ କେତେ ଜଣ ଜୀବନ ବଞ୍ଚାଇପାରିଛନ୍ତି ସେମାନେ ଏବେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି।

ଅଗ୍ନିକାଣ୍ଡର ଶିକାର ହୋଇଥିବା ବଗିର ଜଣେ ଯାତ୍ରୀ ନିଜ ଅନୁଭବ ବଖାଣିବାକୁ ଯାଇ ସେହି ମୁହୂର୍ତ୍ତକୁ ମନେ ପକାଇଛନ୍ତି। ଯେଉଁଥିରେ ଚାରି ବର୍ଷର ଶ୍ୱେତାର୍କ ଶୁକ୍ଳାର କାନ୍ଦ କିଭଳି ନୂଆ ଜୀବନ ଦେଇଛି କହିଛନ୍ତି ତାଙ୍କ ଜେଜେବାପା। ଛୋଟ ଛୁଆଟିର କାନ୍ଦ ଶୁଣି ତାଙ୍କ ଜେଜେମାଆ ରେଖା (୫୩) ଉଠିପଡ଼ିଥିଲେ, ସେ ତାଙ୍କ ସ୍ୱାମୀ ଆନନ୍ଦ ପ୍ରକାଶ ତ୍ରିପାଠୀ (୫୭)ଙ୍କୁ ଉଠାଇଥିଲେ। ଆଉ ହଠାତ ଏହି ଦୁଃଖଦ ଘଟଣା ଘଟିଥିଲ। ସେମାନେ ସତର୍କ ଥିଲେ ବୋଲି ପଥିକୃତ୍ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

ରେଖା କହିଛନ୍ତି, ସମସ୍ତ ଝରକା ଓ କବାଟ ବନ୍ଦ ଥିଲା ଏବଂ ଯଦି ଆମେ ଟ୍ରେନ୍ ଭିତରେ ଆଉ କିଛି ସେକେଣ୍ଡ ରହିଥାନ୍ତେ, ତେବେ ଆଜି ଆମେ ଜୀବିତ ନଥାନ୍ତେ। ସେହିପରି ଘରୁ ଆସିଥିବା ଏକ ଫୋନ୍ କଲ୍ ହରଦୋଇ ନିବାସୀ ରାମ କିଶୋର ଅଓ୍ୱସ୍ତିଙ୍କ ଜୀବନ ବଞ୍ଚାଇ ଦେଇଛି।

ଠିକ୍ ସମୟରେ ଫୋନ୍ କରି ମୋ ଜୀବନ ବଞ୍ଚାଇଥିବାରୁ ମୁଁ ଭଗବାନ ଓ ମୋ ବନ୍ଧୁ ଆଲୋକଙ୍କୁ ଧନ୍ୟବାଦ ଦେଉଛି ବୋଲି ଅଓ୍ୱସ୍ତି କହିଛନ୍ତି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଆଲୋକଙ୍କ ନିକଟରୁ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ସେ ଚାକିରି ଇଣ୍ଟରଭ୍ୟୁ ଦେବା ପରେ ରାମେଶ୍ୱରମରେ ତାଙ୍କର ଭଲ ରେଜଲ୍ଟ ପାଇଁ କାମନା କରିବାକୁ କହିଥିଲେ।

ଉଲ୍ଲେଖଯୋଗ୍ୟ, ଭାରତ ଗୌରବ ଟ୍ରେନରେ ତୀର୍ଥଯାତ୍ରା କରିବାକୁ ଯାଉଥିଲେ ଯାତ୍ରୀମାନେ। ସେଥିପାଇଁ ଏକ ଘରୋଇ କୋଚ ସ୍ପତନ୍ତ୍ର ଭାବେ ଲାଗିଥିଲା। ମଦୁରାଇ ଜଙ୍କସନରେ ଭୋର ତିନିଟା ବେଳେ ଏହା ରହିଥିଲା। କିନ୍ତୁ ଭୋର ପାଞ୍ଚଟା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ରେଲଓ୍ବେ ପୋଲିସ କହିଛି, ଟ୍ରେନରେ ବେଆଇନ୍ ଭାବେ ଗ୍ୟାସ ଚୁଲା ବ୍ୟବହାର କରୁଥିବାରୁ ଏହି ପରି ଏକ ଦୁର୍ଘଟଣା ଘଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.