ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଞ୍ଜା ଗ୍ରାମର ଫକିର ଚରଣ ସାହୁଙ୍କଙ୍କ ବାଇକ ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଚୋରି କରି ନେଇ ଯାଇ ଥିବା କର୍ଲାମୁଣ୍ଡା ଫାଣ୍ଡିରେ ଏତଲା ହୋଇଛି। ଅଭିଯୋଗକୁ ଭିତ୍ତି କରି କର୍ଲାମୁଣ୍ଡା ପୋଲିସ ପକ୍ଷରୁ କେସ ୧୮୫/୨୫/୮/୨୩ ରେ ୩୭୯ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାପଡିଛି। ଚଳିତ ମାସ ୨୩ତାରିଖ ବିଳମ୍ବିତ ରାତ୍ରରେ ଓଡି ୦୮ ଏ ୦୧୨୦ ନମ୍ବର ବାଇକ୍ ଘର ସମ୍ମୁଖରେ ନଥିବା ସକାଳୁ ଦେଖି ଶ୍ରୀ ସାହୁ ଆଖ ପାଖ ଅଞ୍ଚଳରେ ଅନୁସନ୍ଧାନ କରି ନିରାଶ ହେବାପରେ କର୍ଲାମୁଣ୍ଡା ଫାଣ୍ଡିରେ ଏତଲା ଦାଏର କରିଥିଲେ ।