ରାଜ୍ୟ ସ୍ତରୀୟ ଆଲୋଚନା ଓ କର୍ମଶାଳା

ଆମର ସଂସ୍କୃତି ଓ ପରମ୍ପରା: ଡାଲଖାଇ ଲୋକନୃତ୍ୟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ୨୪ତମ ଜାତୀୟ ଲୋକନୃତ୍ୟ ଓ ସଂଗୀତ ଉତ୍ସବ ପାଳନ ଅବସରରେ ସୋନପୁର ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ଏକ ସାରସ୍ୱତ ସଂପାନ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ଆମର ସଂସ୍କୃତି ଓ ପରମ୍ପରା : ଡାଲଖାଇ ଲୋକନୃତ୍ୟ” ଶୀର୍ଷକରେ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷାନୁଷ୍ଠାନର ଛାତ୍ରୀ ସୁଶ୍ରୀ ସ୍ମୃତିମୟୀ ଦାସଙ୍କ ସଂଯୋଜନା ପ୍ରଥମେ ପଏଁରୀ ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ ଏହି ସୋପାନରେ ନୃତ୍ୟଗୁରୁ ନାଟ୍ୟଶ୍ରୀ ଗଦାଧର ବାରିକ, ସୋନପୁର, ସମ୍ବଲପୁର ଉକିଆ ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟଗୁରୁ ରଂଜନ କୁମାର ସାହୁ, ଆଲୋଚକ ଭାବରେ ଯୋଗଦାନ କରି ଡାଲଖାଇ ଲୋକନୃତ୍ୟ ବିଷୟରେ ନିଜର ଗବେଷଣାତ୍ମକ ବକ୍ତବ୍ୟ ପ୍ରଦାନ ପୁର୍ବକ ଡାଲଖାଇ ଲୋକନୃତ୍ୟର ମୂଳ ପରିଚୟ କିମ୍ବା ମୌଳିକ କଳାକୁ ବିକୃତ କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ପ୍ରଥମେ ପଏଁରୀ ଅନୁଷ୍ଠାନର ସଂପାଦକ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ  ଚୌଧୁରୀ ବିଭାର “ଆମର ସଂସ୍କୃତି ଓ ପରମ୍ପରା : ଡାଲଖାଇ ଲୋକନୃତ୍ୟ ” ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ସଂପାନ ଶେଷରେ ଶିକ୍ଷାନୁଷ୍ଠାନର ଛାତ୍ରୀ ସୁଶ୍ରୀ ମୋତି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ସଂପାନରେ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ୮୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ ଓ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଗୁରୁ ରଂଜନ କୁମାର ସାହୁ କେମିତି ଡାଲଖାଇ ନୃତ୍ୟ ପରିବେଷଣ କରାଯାଏ ନିଜେ ନାଚି ଅନ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ଓ ଚୌଧୁରୀ ବିଭାର ଡାଲଖାଇ ଗୀତ ଗାଇ ସମସ୍ତଙ୍କୁ ନଚେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.