ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ମହାରାଜା ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୨୧ ଜଣ ଶିଶୁ ପ୍ରତିଭାଗୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଗ୍ରୀନ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟର ନେନ୍ସିପ୍ରୀୟା ମେହେର ପ୍ରଥମ, ସୁକାନ୍ତି ଇଣ୍ଟରନେସେନାଲ ସ୍କୁଲର ଅକ୍ଷୟିତା ପାଣିଗ୍ରାହୀ ଦ୍ଵିତୀୟ ଏବଂ କିଡ୍ସ ଇଂରାଜୀ ବିଦ୍ୟାଳୟର ପୀୟୂଷ ନନ୍ଦ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ହ୍ୱାଇଟ ଗ୍ରୁପ୍ରରେ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ଵେତାମ୍ବରୀ ପାଣିଗ୍ରାହୀ ପ୍ରଥମ, ୟଶରାଜ ମହକୁର ଦ୍ଵିତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଆରାଧ୍ୟା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବ୍ଲୁ ଗ୍ରୁପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୋର୍ୟମନ୍ ପୂଜାରୀ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ମନୀଷା ମଲ୍ଲିକ ଦ୍ଵିତୀୟ, ଏବଂ ସାଇନା ପଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଜ୍ୟୋତିର୍ମୟୀ ମଲ୍ଲିକ ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ପ୍ରଫେସର ନୀଳାମ୍ବର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ବ୍ରତାନନ୍ଦ ଭୋଇ ସଭା ପରିଚଳନା କରିଥିବାବେଳେ, ବିଜୟ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ। ପ୍ରତିଯୋଗିତାରେ ଦୁର୍ଯ୍ୟୋଧନ ମେହେର ଓ ଭାଗିରଥି ମେହେର ବିଚାରକ ଦାୟିତ୍ଵ ତୁଲାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ରୁଦ୍ରପ୍ରସନ୍ନ ମିଶ୍ର, ଥବିର କାଲସାଏ, ସରିତା ସୁନା, ପ୍ରଶାନ୍ତ ମହାକୁଡ, ଅନିଲ ପ୍ରଧାନ, ସ୍ବାଗତରାଜ ମିଶ୍ର ତଥା ପ୍ରୀତି ବିଶ୍ଵାଳ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.