ଅର୍ଥାଭାବ ଯୋଗୁ ଆଫଗାନିସ୍ତାନରେ ହେଉଛି ସାମୂହିକ ବିବାହ – Odisha Sambad


କାବୁଲ: ଚାଲିଛି ବିବାହ ଋତୁ । ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ । ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ । କିନ୍ତୁ ପୃଥିବୀର ସବୁଠାରୁ ଗରିବ ଦେଶ କୁହାଯାଉଥିବା ଆଫଗାନିସ୍ତାନ ଏବେ ଅର୍ଥାଭାବ ସଙ୍ଗେ ଜୁଝି ହେଉଛି । ଅର୍ଥନୈତିକ ଅଚଳାବସ୍ଥା ଯୋଗୁ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । ୨୦୨୧ ଅଗଷ୍ଟରୁ ତାଲିବାନ ଆଫଗାନିସ୍ତାନରେ କ୍ଷମତାସୀନ ହେବା ପର ଠାରୁ ଦେଶରେ ରାଜନୈତିକ ସହ ଅର୍ଥନୈତିକ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି କି, ଖର୍ଚ୍ଚ କମ୍ କରିବା ପାଇଁ ଆଫଗାନୀ ସାମୂହିକ ବିବାହ କରୁଛନ୍ତି । ଦେଶରେ ଏବେ ଏହା ଏକ ପ୍ରଥା ଭାବରେ ପରିଗଣିତ ହୋଇଛି ।

ବିବାହ କରୁଥିବା ଜଣେ ୧୮ବର୍ଷିୟ ଆଫଗାନୀ ଯୁବକ କହିଛନ୍ତି, ପାରମ୍ପରିକ ରୀତିନୀତିରେ ବିବାହ ଆୟୋଜନ କରିବାକୁ ହେଲେ ୨.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏକାସଙ୍ଗେ ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ସକ୍ଷମ ନୁହନ୍ତି । ବର୍ତ୍ତମାନ ସେ ସାମୂହିକ ବିବାହ ଉତ୍ସବରେ ମାତ୍ର ୧୦ରୁ ୧୫ହଜାର ଟଙ୍କା ଦେଇ ବିବାହ କରୁଛନ୍ତି । ସେହିପରି କମ୍ ସଂଖ୍ୟକ ଅତିଥିଙ୍କୁ ବିବାହରେ ନିମନ୍ତ୍ରଣ କରିଥିବା ନେଇ ସେ କହିଛନ୍ତି । ଏହି ବିବାହ ଆୟୋଜନ କରୁଥିବା ସୈଲୈବ ଫାଉଣ୍ଡେଶନ, ପ୍ରତିଟି ନବ ବିବାହିତା ଦମ୍ପତିଙ୍କୁ ୧୬୦୦ଆମେରିକା ଡଲାର ପ୍ରଦାନ କରୁଛି । କାବୁଲ ଏୟାରପୋର୍ଟ ନିକଟରେ ଥିବା ୱେଡିଂ ହଲ୍‌ରେ ଆୟୋଜିତ ଏହି ସାମୂହିକ ବିବାହ ଧୁମଧାମରେ ପାଳନ କରାଯାଉଛି । ନବ ବିବାହିତା ଦମ୍ପତିଙ୍କୁ ନେବାଆଣିବା ପାଇଁ ସବୁଜ ରିବନ ଓ ପ୍ଲାଷ୍ଟିକ ଗୋଲାପ ସଜ୍ଜା ଯାଇଥିବାକାର ବ୍ୟବହୃତ ହେଉଛି । ସାମୂହିକ ବିବାହ କରିବା ପାଇଁ ପଞ୍ଜିକରଣ ହେଉଥିବାବେଳେ ୬୦୦କପୁଲ ଆବେଦନ କରିଥିବାବେଳେ ୫୦ଜଣଙ୍କର ଏକାସଙ୍ଗେ ହୋଇପାରିଛି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.