ଜେକେ ପେପର ମିଲରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେପୁର ସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣବିକଶିତ ମକ୍ ଡ୍ରିଲ୍ ର ଆୟୋଜନ କରିଥିଲା | ଜେକେ ପେପରମିଲର ସିନିୟର ଜି.ଏମ୍ ଏମ୍ ଆର କେ ଏମ୍ ରୟ କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଏସ ଏନ ସେଠି ଓ ରାୟଗଡା ପ୍ରଦୂଷଣ ବିଭାଗର ଉପଯନ୍ତ୍ରୀ ରିପୁକୁମାର ସାହୁଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉତ୍କଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ, ସତ୍ୟମ ପ୍ୟାକର, ଫିମାକେମ ଓ ପରିପାର୍ଶ୍ଵିକ ଗ୍ରାମଗୁଡିକର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛସହିତ ସ୍ୱାଗତ କରିଥିଲେ | ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା | ଜେକେ ପେପରମିଲ୍ ର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ କାର୍ଯ୍ୟନିର୍ବାହୀ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଏମ୍ ଆର କେ ଏମ୍ ରୟ, ସାଇଟ ଇଂସିଡେଣ୍ଟ କଣ୍ଟ୍ରୋଲର ସି. ଏସ. ଆର ଆପ୍ପାରାଓ, ସୁରକ୍ଷା ସଂଯୋଜକ ମୁଖ୍ୟ ଶ୍ରୀ ସତ୍ୟଜିତ ମହାନ୍ତିଙ୍କ ମାର୍ଗଦର୍ଶନରେ ଉଭୟ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସର ନିର୍ଗମନକୁ ରୋକିବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍ ଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ | ମକ୍ ଡ୍ରିଲ୍ ସନ୍ଧ୍ୟା ୫ଟା ବାଜି ୨୦ ମିନିଟ ରେ ଆରମ୍ଭ ହୋଇ ୫ଟା ବାଜି ୪୫ ମିନିଟରେ ଶେଷ ହୋଇଥିଲା | କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଏସ ଏନ ସେଠିଙ୍କ ସମେତ ମକ୍ ଡ୍ରିଲ୍ ର ଅନ୍ୟାନ୍ୟ ସାକ୍ଷମାନେ ଜେକେ ପେପରମିଲ୍ ର ଏହି ଜରୁରୀକାଳୀନ ପରିସ୍ଥିତିପାଇଁ ପ୍ରସ୍ତୁତି ଓ ଉନ୍ନତ ପଦ୍ଧତିର ଭୂୟଶୀ ପ୍ରଶଂସା କରିଥିଲେ | ପରିଶେଷରେ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜେନେରାଲ ମ୍ୟାନେଜେର ଜି.ଏସ.ପଟନାୟକ ଉପସ୍ଥିତ ସମସ୍ତ ଅଧିକାରୀବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.