ଜାତୀୟ ପ୍ରୋ ଲିଫ୍ଟ ଓ ବ୍ରେଞ୍ଚପ୍ରେସ ପ୍ରତିଯୋଗିତାରେ ରାୟଗଡାର ୭ ଜଣଙ୍କ ସଫଲତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗତ ୨୩ ଓ ୨୪ ତାରିଖରେ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ପ୍ରୋ ଡେଡ୍ ଲିଫ୍ଟ ଏଣ୍ଡ ବେଞ୍ଚ୍ ପ୍ରସ୍ ପ୍ରତିଯୋଗିତାରେ ଓଡିଶାର ୮ ଜଣ ଖେଳାଳି ଭାଗ ନେଇଥିଲେ। ଏଥିରେ ୭ ଜଣ ଖେଳାଳି ପଦକ ହାସଲ କରିଛନ୍ତି।ସେମାନାଙ୍କ ମଧ୍ୟରେ ୫୨ କିଲୋ ବର୍ଗରେ ପିଙ୍କି ହୁଇକା ୧୧୫ କିଲୋ ଓ ୫୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣପଦକ ଓ ରୌପ୍ୟ ପଦକ ପାଇଛନ୍ତି।ସେହିପରି ୫୬ କିଲୋ ବର୍ଗରେ ଋଦ୍ରନାରାୟଣ ସୁନା ୧୬୦ କିଲୋ ଓଜନ ଉଠାଇ ରୌପ୍ୟ ପଦର ପାଇଥିବା ବେଳେ ଦମେନ୍ଦ୍ର ଡଙ୍ଗିରୀ ୫୬ କିଲୋ ବର୍ଗରେ ୧୬୫ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ବାବୁଲୁ ମିଶ୍ର ୮୨ କିଲୋ ବର୍ଗରେ ୭୫ ଓଜନ ଉଠାଇ ସ୍ଵର୍ଣ୍ଣପଦକ ହାସଲ କରିଥିବା ବେଳେ ପ୍ରତ୍ୟୁଷ ରଞ୍ଜନ ନାଏକ ୧୦୫ ଓ ୧୫୫ ଓଜନ ଉଠାଇ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି।ସେହିପରି ବିରେନ୍ଦ୍ର ଶବର ୮୪ କିଲୋ ବର୍ଗରେ ୧୪୦ ଓ ୨୩୫ ଓଜନ ଉଠାଇ ରୌପ୍ୟ ଓ ସ୍ଵର୍ଣ୍ଣ ପଦକ ପାଇଥିବା ବେଳେ ପ୍ରତ୍ୟୁଷ ମିଶ୍ର ୧୦୦ କିଲୋ ବର୍ଗରେ ୨୧୦ କିଲୋ ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି।ଏଥିରେ ପଦକ ବିଜେତାମାନଙ୍କୁ ବିଭିନ୍ନ ପ୍ରକାରର ପୁରସ୍କାର ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଓଡ଼ିଶାର ଏନଏଫଏଫ ପାଵାର ଲିଫ୍ଟିଙ୍ଗ କୋଚ୍ ଦୋରା କଣ୍ଡାଗରୀ ଓ ସୁଦାମ ସାହୁ ଜାତୀୟ ସ୍ତରୀୟ ରିଫେରୀ ଭାବେ ଯୋଗଦେଇଥିଲେ।ଏହି ପ୍ରତିଯୋଗିତାର ସଭାପତି ରବି ଶର୍ମା ଓ ମୁଖ୍ୟ ଅତିଥି ଭାବେ ମୁକେଶ ଗଟଲେ ଯୋଗଦେଇ ପୁରସ୍କାର ବିବରଣୀ କାର୍ଯ୍ୟ ଶେଷ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.