ଘଣ୍ଟିଗୁଡାରେ ବାବା ନିଳକଣ୍ଠେଶ୍ବର ମନ୍ଦିର ନିର୍ମାଣର ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛଳା ଗ୍ରାମ ପଞ୍ଚାୟତର ଘଣ୍ଟିଗୁଡା ଗ୍ରାମରେ ଧାର୍ମିକ ଭାବନା ନେଇ ଗ୍ରାମବାସୀଙ୍କ ଉଦ୍ୟମରେ ବାବା ନିଳକଣ୍ଠଶ୍ବର ମହାଦେବଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଶୁଭଖମ୍ବ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ଯୋଗ ଦେଇ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବୀର ବାଗ,ତୁଲାରାମ ନାଏକ, ପୁଝାରୀ ଗୁଡା ଗୋନ୍ତିଆ ଖଗେଶ୍ବର ନାଏକ, ମାନସିଂହ ନାଏକ, ଚକ୍ରଧର ନାଏକ, ହେମନ୍ତ ମାଝୀ, ଘଣ୍ଟିଗୁଡା ଗ୍ରାମର ବୁଦ୍ଦିରାମ ନାଏକ,ବିର୍ଯାନନ୍ଦ ନାଏକ,ଘଣ୍ଟିଗୁଡା ଗ୍ରାମର ଗୋନ୍ତିଆ ସମେତ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଆନନ୍ଦ ସାହୁ, ଧନେଶ୍ଵର ପୁଞ୍ଜି ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମଞ୍ଚାସୀନ ଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୁଝାରୀ ଗୁଡା ସେବା ସମବାୟ ସମିତି ସଭାପତି ଲଲିତ କୁମାର ନାଏକ ମୁଖ୍ୟ କର୍ତ୍ତା ଭାବରେ ବସିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଏକ କଳସ ଯାତ୍ରା କରି ନୂତନ ଭାବରେ ନିର୍ମାଣ କରିବାକୁ ଥିବା ବାବା ନିଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ କରାଯାଇଥିଲା। ଏହି ଅବସରରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ଶିକ୍ଷକ ଲଲିତ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ହିମିଞ୍ଚଲ ରାଉତ ସହଯୋଗ କରିଥିଲେ। ଏହି ଭବ୍ୟ ମନ୍ଦିର ଭୁମିପୂଜନ କାର୍ଯ୍ୟକ୍ରମରେ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା। ଭଲିବଲ ଖେଳଟିକୁ ଶିକ୍ଷକ ଯୋଗେଶ୍ୱର ହଂସ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.