୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ: ସମ୍ବଲପୁରକୁ ହରାଇ ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ତୃତୀୟ ଦିବସ ଖେଳ ଅବସରରେ ମୁଖ୍ୟ ଅତିଥି ଭାବେ ନୂଆପଡା ଉପ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରଇତ, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଶମ୍ଭୁଲାଲ ଗୁପ୍ତା, ଗୋପାଳ ସାହୁ, ନେସନାଲ କଲେଜ ପ୍ରିନ୍ସପାଲ ହିତେଶ ସାହୁ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସେହିପରି ପୁନିତ ଶବର ଓ ଅମିତ ହଂସ ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମପେୟାର ଭାବେ ଅନିଲ ଦାସ ଓ ବିଶ୍ୱମ୍ବର ମହାକୁଡ଼ ଦାଇତ୍ୱ ବହନ କରିଥିଲେ। ଶନିବାର ଦିନର ସେମିଫାଇନାଲ ମ୍ୟାଚ ଟି ଗ୍ରୁପ (ଏ)ର ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଓ ଆଭାର ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ଆଭାର ସମ୍ବଲପୁର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୮ ୱଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା। ଜବାବରେ ଖୋର୍ଦ୍ଧା ଦଳ ୨୦.୨ ଓଭରରେ ଧାର୍ଯ୍ୟ ୧୬୬ ରନକୁ ମାତ୍ର ୧ ୱଇକେଟ ହରାଇ ସଂଗ୍ରହ କରିନେଇଥିଲା। ଫଳରେ ଖୋର୍ଦ୍ଧା ଦଳ ମ୍ୟାଚ ଜିତି ପ୍ରଥମ ଦଳ ଭାବେ ଗୁପ (ଏ) ତରଫରୁ ଫାଇନାଲରେ ପ୍ରବେଶ କରିଛି। ରବିବାର ଗ୍ରୁପ (ବି)ର ପ୍ରଥମ ମ୍ୟାଚ ୱାଇଏମସି ନୂଆପଡା ଓ ରାଇଜିଙ୍ଗ କଟକ ଦଳ ମଧରେ ଖେଳାଯିବାର ଅଛି। ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ସୁରେଶ କୁମାର ଅଗ୍ରୱାଲ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ଆୟୋଜକ ୱାଇ. ଏମ. ସି ସଭାପତି ଅମରେଶ ଦାସ, ୱାଇ. ଏମ. ସି ସମ୍ପାଦକ ତପନ ବଗର୍ତି, କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଅନିଲ ଦାସ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ.ଏମ.ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.