ସରିତା ସେନାପତି
ରାତି ଅନ୍ଧାରରେ
ନିଶ୍ଚିନ୍ନ ସହରେ
ନିଜକୁ ଆଜି ମୁଁ ଖୋଜେ,
ଆଖି ପଲକ ଯେ
ସ୍ମୃତି ନେଇ ଆସେ
କୋଉ ଭାବନାରେ ହଜେ।।
ବାଲି ଗୋଡି ନୁହେଁ
ଶବ୍ଦ କୋଳାହଳେ
ବ୍ୟତୀତ ମୋ ଏ ଜୀବନ,
ତୋଳିବାକୁ ବାକି
ରହିଅଛି ମୋର
ଅଧା ଗଢା ଏ ସପନ।।
ବନ୍ଦ କୋଠରି ର
ଚାରି କାନ୍ତେ ମୋର
ଘୋଟିବ ମେଘ ମଲ୍ହାର,
ମୟୁର ମୁର୍ଚନା
କମ୍ପିତ ହୋଇବ
ଆଣିବ ଶବ୍ଦ ଦୁହ୍ଲାର।।
କମଳ ଲୋଚନ
କରିବ ଯେ ଦିନେ
ସୁରୁଜ ଅବଗୁଣ୍ଠନ,
କୁଆଁରୀ ଜହ୍ନର
ମନୋଇ ରାତି ଯେ
ଶୁଣୁଥିବ ପ୍ରିତି ସ୍ପନ୍ଦନ।।
ସ୍ମୃତି କୁ ସାଉଁଟି
ପ୍ରଜାପତି ଖେଳେ
ପାଖୁଡା ପାଖୁଡା ଡେଇଁ,
ଛୁଇଁବାକୁ ଦିନେ
ଭ୍ରମର ବି ଚାହେଁ
ବଗିଚା ର ମାଳି ହେଇ।।
ସିଠାଲ, କଟକ
For latest news & updates, click on bell button and subscribe to notifications.
Like us on Facebook👇