ବସୁଧା ଯୋଜନା ଜଳ ଯୋଗାଣ ଠପ୍: ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ଓଡିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ଲୋକଙ୍କୁ ଆଖି ଠାର। ଅଞ୍ଚଳରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ଅନେକ ସ୍ଥାନରେ ଅଚଳ ହୋଇପଡିଛି। କେବଳ ଗାଁକୁ ଶୋଭାବର୍ଦ୍ଧନ କରିବା ବ୍ୟତୀତ ମୂଳ ଉଦ୍ଦେଶ୍ୟରୁ ବାହାରି ପଡିଛି। କହିବାକୁ ଗଲେ କଳମପୁର ଅଞ୍ଚଳ ୪୦ ପ୍ରତିଶତ ବସୁଧା ଯୋଜନା ଫେଲ ମାରିଥିବା ଚର୍ଚ୍ଚା ହେଉଛି। କେଉଁଠି ଓଭର ଟ୍ୟାଙ୍କରୁ ପାଣି ଝରୁଛି ତ କେଉଁଠି ମଟର ପୋଡି ଜଳ ଯୋଗାଣ ଠପ ପଡିଛି। ସେଭଳି କେଉଁଠି ପାଇପ ଫାଟି ଯାଇଛି ତ ପୁଣି କେଉଁଠି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇ ପଡିଛି। ବଡ଼ ଆଶ୍ଚର୍ଯ୍ୟ ବିଷୟ ବିଭାଗ ପାଖରେ ଏସବୁ ଖବର ଥିଲେ ବି ନ ଜାଣିଲା ଭଳି ଚୁପ୍ ରହିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ। ବିଶେଷ ଭାବେ ବିଭାଗର ଅଣଦେଖା ଓ ରକ୍ଷଣାବେକ୍ଷଣ ଅଭାବ ସମେତ ଅବହେଳା କାରଣରୁ ଅନେକ ସ୍ଥାନରେ ଜଳ ଯୋଗାଣ ଠପ୍ ଓ ବସୁଧା ଯୋଜନା ପଙ୍ଗୁ ହୋଇପଡ଼ିଥିବା ଅଭିଯୋଗ ହେଉଛି। କଳମପୁର ବ୍ଲକ୍ ହାରାମାଲ ପଞ୍ଚାୟତର ବ୍ରାହ୍ମଣ କେନ୍ଦୁଗୁଡା ଓ ହାରାମାଲ ଗ୍ରାମରେ ଥିବା ବସୁଧା ଯୋଜନା ଦୀର୍ଘ ୬ ମାସ ଧରି ଅଚଳ ହୋଇ ପଡିଥ‌ିବା ଅଭିଯୋଗ ହେଉଛି। ଯାହା ଫଳରେ ଗ୍ରାମରେ ଏବେ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ବିଶୁଦ୍ଧ ଜଳ ଯୋଗାଣ ହେବା ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା, ହେଲେ ଲୋକଙ୍କ ଭିତରେ ସେହି ଉତ୍ସାହ ଆଉ ବେଶି ଦିନ ରହିପାରିଲାନାହିଁ। ଗତ ୨୦୨୦-୨୦୨୧ ମସିହାରେ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଶେଷ ହୋଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା।ତେବେ କିଛି ମାସ ପରେ ପୁଣି ବିଭିନ୍ନ ସ୍ଥାନରେ ପାଇପ ଫାଟି ଯିବା ଫଳରେ ଜଳ ଯୋଗାଣ ଠପ୍ ହୋଇପଡ଼ିଛି।ଯାହା ଫଳରେ ଗ୍ରାମବାସୀ ପାଣି ପାଇଁ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ କଲମପୁର ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ଖୁବ ଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଦେଖାଯାଉ ବିଭାଗୀୟ ଅଧିକାରୀ ଙ୍କ ପ୍ରତିଶୃତି କେବେ ପୁରଣ ହେଵ ଓ ଅଞ୍ଚଳର ଲୋକେ କେତେ ମାସ ପରେ ବସୁଧା ଯୋଜନାର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.