ପୂର୍ବକାଳର ଶୈଳୀରେ ମଂଚସ୍ଥ ହେଲା ଗୀତିନାଟ୍ୟ ଲକ୍ଷ୍ମୀପୁରାଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ, ମାଁ କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦର, ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂଆଁ ଟାଉନହଲରେ ମଂଚସ୍ଥ ହୋଇ ଯାଇଅଛି କବି ଶ୍ରୀ ବୈଷ୍ଣବ ପାଣି, ଶ୍ରୀ ମହେଶ୍ବର ଓ ଶ୍ରୀ ମାଗୁଣି କବିଙ୍କ ଦ୍ବାରା ରଚିତ ଗୀତିନାଟ୍ୟ ଲକ୍ଷ୍ମୀପୁରାଣ। ନାଟକ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଆଂଜଲୀନା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ, ସମ୍ମାନିତ ଅତିଥି ଭାବରେ ଶ୍ରୀମତି ତାମସୀ ତାମସ୍ମିତା ନାଏକ, ପୌରାଧ୍ୟକ୍ଷାଙ୍କ ସହିତ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ, ସହ ଜିଲ୍ଲାପାଳ କେ.ରିଚିକୁମାର, ବରିଷ୍ଠ ଅଭିନେତା ରମେଶ ପ୍ରସାଦ ନାୟକ, ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନାଟ୍ୟ ନିର୍ଦେଶକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରେଣ୍ଡି ଏକାଡ଼େମୀର ସଂପାଦକ ଶ୍ରୀ ସୁରେଶ ପ୍ରସାଦ ରଥ। ଜଗନ୍ନାଥ ସଂସ୍କୃତି ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇ ଜଗନ୍ନାଥମୟ ହେବା ନିମନ୍ତେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରଯୋଜନାରେ ଓଡ଼ିଶାର ସମଗ୍ର ତିରିଶିଟି ଜିଲ୍ଲାରେ ମଂଚସ୍ଥ ହୋଇ ଯାଇଛି ଶ୍ରୀ ଜଗନ୍ନାଥ ସଂପର୍କିତ ନାଟକ। ସେହି କ୍ରମରେ ସୁବର୍ଣ୍ଣପୁରରେ ମଂଚସ୍ଥ ହୋଇଥିଲା ସଂପୂର୍ଣ୍ଣ ପ୍ରାଚୀନ ଲୋକଶୈଳୀର ଗୀତିନାଟ୍ୟ ଲକ୍ଷ୍ମୀପୁରାଣ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.