ଜ୍ୟୋତିର୍ମୟୀ ମହାନ୍ତିଙ୍କ କବିତା : ରଜ ଆସେ ଧିରେ ଧିରେ

ରଜ ଆସେ ଧିରେ ଧିରେ
ପହିଲି ଆଷାଢର କୋମଳ ସ୍ପର୍ଶ ନେଇ
ବୈଶାଖର ତପ୍ତଲୁହାବାଡ ଡେଇଁ,
ତା’ ସବୁଜ ସ୍ପର୍ଶେ ଜୀବନ୍ତ ପାଲଟନ୍ତି
ଫଟାମାଟି,ଥୁଣ୍ଟାଗଛ, ଲଣ୍ଡାପାହାଡ,
ଦୁବ-ଲତା-ଘାସ।

Omkar Vasthu
Omkar Vasthu

ରଜ ଆସେ ଧିରେ ଧିରେ
ରଜ ଦୋଳି ଗୀତର ଲହରେ
କୁଆଁରୀ ମାନଙ୍କ ସାଜସଜ୍ଜାରେ
କେତେ ହସ,ଥଟ୍ଟାମଜା କଥାରେ।

Pearl dental clinic
Near Ashish Medical Store, Bhawanipatna

ରଜ ଆସେ ଧିରେ ଧିରେ
ଆରିସା,କାକରା,କ୍ଷୀରି,ପୁରୀ,
ମଣ୍ଡା ପିଠା ମହକରେ
ଲବଙ୍ଗ ମୁଦ ଦିଆ ତ୍ରିଭାଙ୍ଗ,ଚର୍ତୁଭାଙ୍ଗ
ପାନଖିଲିରେ
ବନ୍ଧୁମିଳନର ଅବକାଶେ।

Udyog Nursery
Udyogi Nursery

ରଜ କେବଳ ଗାଁ ରେ ସୀମିତ ନୁହେଁ
ଠାଏଁ ଠାଏଁ ଶୋଭାପାଏ ବି ସହରରେ
ଏହି କବିତା ଆସରେ
ଉଙ୍କିମାରେ ସାହିତ୍ୟ ପତ୍ରପତ୍ରିକାରେ
ଅନୁପମ ସଂସ୍କୃତିର ସ୍ବର୍ଣାଭ ସ୍ବାକ୍ଷର ହୋଇ।

 

ଜ୍ୟୋତିର୍ମୟୀ ମହାନ୍ତି

ବିଜୁନଗର, ଝାରସୁଗୁଡା

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.