ନର୍ଲାରେ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହେଲା ରଙ୍ଗର ପର୍ବ ହୋଲି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି। ପୂର୍ବ ଦିନ ନର୍ଲା ଜଗନ୍ନାଥ ମନ୍ଦିରରେ ଦୋଳପୂର୍ଣ୍ଣିମା ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତ ମାନେ ମନ୍ଦିର ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆଙ୍କ ନେତୃତ୍ୱରେ ଠାକୁରଙ୍କୁ ବିମାନରେ ବସାଇ ନର୍ଲା ବସ୍ତି, ଶିଶୁ ମନ୍ଦିର ଛକ ପ୍ରଭୃତି ପରିକ୍ରମା କରିଥିଲେ। ସେହିଭଳି ନର୍ଲାରୋଡ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଦୋଳପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଥିଲା। ହୋଲିଦିନ ସକାଳୁ ପ୍ରଥମେ ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା ରଙ୍ଗ ଖେଳ ହୋଲି। ଭାଇଚାରାର ପର୍ବ ହୋଲିରେ ପରଷ୍ପରକୁ ଅବିର ଲଗେଇ ଲୋକେ ହୋଲିର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ନର୍ଲାରୋଡ, ସର୍ଗିଗୁଡା, ନର୍ଲା ଓ ରୁପ୍ରାରୋଡର ସ୍ଥାନେ ସ୍ଥାନେ ଦହିହାଣ୍ଡି ଭାଙ୍ଗିବାର ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିବା ଦୃଶ୍ୟମାନ ହୋଇଥିଲା। ବେଣ୍ଡ ବାଜା ଓ ସଙ୍କୀର୍ତ୍ତନ ବାଦ୍ୟର ତାଳେ ତାଳେ ହୋଲି ଖେଳି ନଗର ପରିକ୍ରମା କରିଥିଲେ ଯୁବ ପୀଢ଼ି। ରୁପ୍ରାରୋଡରେ ମଧ୍ୟ ହୋଲିଖେଳ ବେଶ୍ ଜାକ ଜମକର ସହ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ରୁପ୍ରାରୋଡ ମାରୱାଡି ଯୁବାମଞ୍ଚ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏଥିପାଇଁ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା। ନର୍ଲା ଥାନା ପରିସରରେ ମଧ୍ୟ ହୋଲି ଖେଳକୁ ମନଭରି ଉପଭୋଗ କରିଥିଲେ ନର୍ଲା ପୋଲିସ ଷ୍ଟେସନର ସମସ୍ତ ଷ୍ଟାଫ। ସେହିଭଳି ନର୍ଲା ଅଞ୍ଚଳର ବୁଢ଼ୀପଦର ଦେବଗିରି ମଠ, ରୁପ୍ରା, ଛତିକୁଡା, ବାଲିପଡା, ସେରଗଡ ପ୍ରଭୃତି ସ୍ଥାନରେ ଆନନ୍ଦ ଉହ୍ଲାସରେ ସମ୍ପନ୍ନ ହୋଇଯାଇଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ନର୍ଲାର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ଜଣା ପଡ଼ିଛି। ପବିତ୍ର ହୋଲି ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ରୀପୁନାଥ ସୁନା, ଜିଲ୍ଲା ପରିଷଦ ସଦସ୍ୟ ହରିଶ୍ନଙ୍କର ମାଝୀ, ନମ୍ରତା ସାହୁ, ନର୍ଲା ତହସିଲଦାର ବିଶ୍ଵନାଥ କଅଁର, ଆଇଆଇସି ମମତା ପାଣିଗ୍ରାହୀ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ବିଜେଡି ଯୁବନେତା ହମେଶ କୁମାର ଜୈନ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ଯୁବ ଉଦ୍ୟୋଗପତି ସୁନିଲ ଅଗ୍ରୱାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ମାର୍କଫେଡ ସଦସ୍ୟ ଦେବରାଜ ମାଝୀ, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନୀରଜ ଶର୍ମା (ସାନୁ) ପ୍ରମୁଖ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜାଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.