ସତ୍ୟ ହେଉଛି ସର୍ବଶ୍ରେଷ୍ଠ ଜ୍ଞାନ

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ମନୁଷ୍ୟକୁ ଜାଣିବାକୁ ହେଲେ ସତ୍ୟକୁ ଜାଣିବାକୁ ହେବ। ଯୁଗଯୁଗ ଧରି ଦେଖାଯାଇଛି ଯେ ସତ୍ୟର କେବେ ମୃତ୍ୟୁ ଘଟେ ନାହିଁ କିନ୍ତୁ ତାହା ଯନ୍ତ୍ରଣାର ଶିକାର ହୁଏ। ଗାନ୍ଧୀଜୀଙ୍କ ସତ୍ୟ ସମ୍ପର୍କରେ ଖୋଜିବା ସମୟରେ ଅତ୍ୟାଧୁନିକ ଯୁଗରେ ସତ୍ୟର ରୂପରେଖ କ’ଣ ତାହା ବିଚାର ଯୋଗ୍ୟ। ଗାନ୍ଧୀଙ୍କର ସତ୍ୟର ପରିଭାଷା ପ୍ରାଚ୍ୟ ବା ଭାରତ ପୃଷ୍ଠଭୂମିରେ ଭିନ୍ନ। ଗାନ୍ଧୀଜୀଙ୍କର ସତ୍ୟକୁ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ। ତାହା ହେଉଛି ବ୍ୟୁତ୍ପତ୍ତି ତତ୍ତ୍ବ, ଧାର୍ମିକତା ଓ ନୈତିକତା। ବ୍ୟୁତ୍ପତ୍ତି ତତ୍ତ୍ବ ଅନୁସାରେ ସତ୍ୟ ଅର୍ଥର ମୂଳ ସୃଷ୍ଟି ଯାହା ସତ୍ୟ। ଏଠାରେ ସତ୍ ଶବ୍ଦର ବ୍ୟବହାର ହେଉଛି ବାସ୍ତବତା, ସମ୍ଭ୍ରମତା କିମ୍ବା ପ୍ରଶଂସାଯୋଗ୍ୟ କାର୍ଯ୍ୟ। ତ୍ୟାଗ କରିବାର ନିଷ୍ଠା, ପ୍ରାୟଶ୍ଚିତ ଏବଂ ଦାନ କରିବା ମଧ୍ୟ ‘ସତ୍’ କୁହାଯାଇ ପାରିବ ଏବଂ ଏଥିପାଇଁ ବିଭିନ୍ନ କାର୍ଯ୍ୟକୁ ମଧ୍ୟ ସତ୍ କୁହାଯାଇ ପାରିବ। ଯାହା କିଛି ଦାନ ଦିଆଯାଏ ବା ଅର୍ପଣ କରାଯାଏ ଯଦି ତା’ ଉପରେ ବିଶ୍ବାସ ନଥାଏ, ତେବେ ତାହା ଅସତ୍ୟ। ଏହାର ଅର୍ଥ ହେଉଛି ବ୍ୟୁତ୍ପତ୍ତି ତତ୍ତ୍ବ ଦୃଷ୍ଟିରୁ ଯାହା ବାସ୍ତବ, ଯାହା ବାସ୍ତବରେ କୁହାଯାଇ ପାରିବ ଏବଂ ସଂସାରିକ ଜୀବନରେ, ତାହାକୁ ‘ସତ୍ୟ’ କୁହାଯିବ। ଏହା ଦର୍ଶାଉଛି ଯେ କେବଳ ସତ୍ୟ ହିଁ ବାସ୍ତବତା ତେଣୁ ଗାନ୍ଧୀଙ୍କ ଦୃଷ୍ଟିରେ ଆମ ଜୀବନର ଲକ୍ଷ୍ୟ ହେଉଛି କେବଳ ସତ୍ୟ। ଏହି ଅନୁସାରେ ‘ସତ୍ୟ ପ୍ରତି ଏକାନ୍ତ ନିଷ୍ଠା ଆମ ସ୍ଥାୟୀତ୍ବର ଏକମାତ୍ର ପ୍ରମାଣ। ଆମର ସମସ୍ତ କାର୍ଯ୍ୟ ଆମ ସତ୍ତାର ନିଃଶ୍ବାସ ପ୍ରଶ୍ବାସ।’ ଗାନ୍ଧୀଙ୍କ ପାଇଁ, ଜୀବନର ସାରାଂଶ ସରଳତାରେ ନିହିତ, ସତ୍ୟ ହେଉଛି ତାହାର ଯନ୍ତ୍ର ଯାହା ମାଧ୍ୟମରେ ସତ୍ୟକୁ ପାଇ ହେବ। ଜଣେ ବ୍ୟକ୍ତିର କ୍ଷୁଦ୍ର ବା ବୃହତ୍ ପ୍ରଚେଷ୍ଟା ଏହି ସତ୍ୟ ଦିଗକୁ ଦର୍ଶାଏ। ତେଣୁ, ସତ୍ୟ ହିଁ କେବଳ ଜଣେ ବ୍ୟକ୍ତିଙ୍କୁ ସତ୍ୟବାଦୀ କରିପାରେ। ଗାନ୍ଧୀଙ୍କର ସତ୍ୟର ଧାରା ପ୍ରାଚୀନ ଭାରତୀୟ ଧର୍ମ ଦର୍ଶନ ଦ୍ବାରା ପ୍ରଭାବିତ।ସତ୍ୟତା ହେଉଛି ଏକମାତ୍ର ମାର୍ଗ ଯାହାକୁ ପାଇବାକୁ ସତ୍ୟାନ୍ବେଷୀ ବ୍ୟକ୍ତି ବାସ୍ତବରେ ସତ୍ୟାଶ୍ରୟୀ ହୋଇଥାଏ। କାରଣ ସତ୍ୟ ହେଉଛି ସର୍ବଶ୍ରେଷ୍ଠ ଜ୍ଞାନ। ଯଦି ଆମେ ଏହି ଜ୍ଞାନକୁ ଥରେ ମାତ୍ର ଶିକ୍ଷାଲାଭ କରିପାରିବା, ତେବେ ତାହାକୁ ଆମେ ଅନ୍ବୋଷଣ କରୁଛନ୍ତି ତାହାର ମୁଲ୍ୟ ବୁଝିପାରିବା। ସମସ୍ତ ଧର୍ମଗ୍ରନ୍ଥ, ଅନୁଷ୍ଠାନ, ଗୁରୁମାନେ ଏହି ସଂସାରରେ ଏକମାତ୍ର ଇଶ୍ଵର ବିଦ୍ୟମାନ ବୋଲି ସ୍ବୀକାର କରନ୍ତି। ତେଣୁ ଯଦି ସତ୍ୟର ଅର୍ଥ ହେଉଛି ସତ୍ତା ବା ସ୍ଥିତି ତେବେ ନିଶ୍ଚିତ ଭାବେ ତାହା ହେଉଛନ୍ତି ଇଶ୍ଵର। ଗାନ୍ଧୀଜୀଙ୍କ ପାଇଁ ‘ଇଶ୍ବରଙ୍କୁ ଅନୁଭୂତ କରିବା, ନିଜକୁ ଅନୁଭୂତ କରିବା ଏବଂ ସତ୍ୟକୁ ଅନୁଭୂତ କରିବା ହେଉଛି ସେହି ବିକାଶର ତିନିଗୋଟି ଅନୁଭୂତି।’ ଗାନ୍ଧୀ ପ୍ରଥମେ କହୁଥିଲେ ଇଶ୍ବର ହିଁ ସତ୍ୟ। ଏହାର ଅର୍ଥ ହେଉଛି ସତ୍ୟକୁ ଜାଣିବାକୁ ହେଲେ ଈଶ୍ବରଙ୍କୁ ଜାଣିବାକୁ ହେବ। ଗାନ୍ଧୀ ଦର୍ଶନରେ ଇଶ୍ବରଙ୍କୁ ବିଜ୍ଞାନଭିତ୍ତିରେ, ନୈତିକତା ଆଧାରରେ ଏବଂ ଦର୍ଶନ ପରିପ୍ରେକ୍ଷୀରେ ବୁଝାଇ ଦିଆଯାଇଛି। ଗାନ୍ଧୀ ବୁଝାଇ କହିଛନ୍ତି, ‘ଯଦି ଆମର ସତ୍ତା ଆମର ପିତାମହ, ପ୍ରପିତାମହଙ୍କ ସହିତ ରହିଛି ତେବେ ଆମକୁ ଏହି ସତ୍ୟକୁ ଗ୍ରହଣ କରିବାକୁ ପଡ଼ିବ ଯେ ସମଗ୍ର ବିଶ୍ବର ପିତା ମଧ୍ୟ ଉପସ୍ଥିତ ଅଛନ୍ତି। ଗାନ୍ଧୀଙ୍କର ଜୀବନ ଦର୍ଶନ ହେଉଛି ସତ୍ୟ, ପ୍ରେମ, ନ୍ୟାୟ ଓ ଅହିଂସା। 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.