ଦିଲ୍ଲୀରେ କବିସନ୍ଧି କାର୍ଯ୍ୟକ୍ରମରେ ପ୍ରତିଭା ଶତପଥୀଙ୍କ କବିତା ପାଠ

ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା :ପ୍ରତିଭା ଶତପଥୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ‘ମୋର କବିତା ନିଜସ୍ବ ଅନୁଭୂତି, ଆନନ୍ଦ-ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ। ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ। ସେଗୁଡ଼ିକ କ୍ରମାଗତ ପରିବର୍ତ୍ତନର ପ୍ରତୀକ ପରି। ପ୍ରତ୍ୟେକ କବିଙ୍କ ପରି ମୋ ପାଇଁ ମଧ୍ୟ କବିତା ଏକ ଅନ୍ତହୀନ ପ୍ରୟାସ। ମୋ କବିତା ମାଧ୍ୟମରେ ମୁଁ ପୃଥିବୀ ସହିତ ସଂଯୁକ୍ତ ବୋଲି ଅନୁଭବ କରେ।’ ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ଏକ ସ୍ବତନ୍ତ୍ର କବିସନ୍ଧି କାର୍ଯ୍ୟକ୍ରମରେ ଅତିଥି କବି ଭାବେ ଯୋଗଦେଇ ଏଭଳି ଭାବଭରା ବକ୍ତବ୍ୟ ରଖିଛନ୍ତି ବିଶିଷ୍ଟ ଓଡ଼ିଆ କବି ପ୍ରତିଭା ଶତପଥୀ। ସ୍ବରଚିତ କବିତାପାଠ ପୂର୍ବକ ନିଜ କାବ୍ୟଯାତ୍ରାର ଅନ୍ତରଙ୍ଗ ଅନୂଭୂତି ଗୁଡ଼ିକୁ ମନୋଲୋଭା ଶବ୍ଦ ମାଧ୍ୟମରେ ପ୍ରକାଶ କରି ସେ ଉପସ୍ଥିତ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ। ସେ କହିଥିଲେ, ‘କବିତା ସହିତ ମୋର ଦୀର୍ଘ ଦିନର ସମ୍ପର୍କ। ପିଲାଦିନରେ ପ୍ରକୃତି ପ୍ରତି ମୋର ଭଲପାଇବା ହେତୁ ମୁଁ କବିତା ଲେଖିପାରିଛି। ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପରି ବହୁ ପ୍ରସିଦ୍ଧ କବି ଓ ଲେଖକଙ୍କ କୃତି ପଢ଼ି ମୋର କବିତା ମାର୍ଜିତ ହୋଇଛି।’ 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେ ତାଙ୍କର କେତେକ କବିତା ମୂଳ ଓଡିଆରେ ପାଠ କରିବା ସହିତ କେତେକ କବିତାର ହିନ୍ଦୀ ଏବଂ ଇଂରାଜୀ ଅନୁବାଦ ଶୁଣାଇଥିଲେ। ଇଂରାଜୀରେ ଅନୂଦିତ କବିତାର ଶିରୋନାମା ଥିଲା – ‘ଜଷ୍ଟ ଲାଇକ୍ ଆର୍ଥ’ ଏବଂ ‘ନୋ ୱାର୍ଡ୍ସ ଇନ ପର୍ଟିକୁଲାର’ ଇତ୍ୟାଦି। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଲୀଲାଧର ମାଣ୍ଡଲୋଇ, ରାଜେନ୍ଦ୍ର ପ୍ରସାଦ ମିଶ୍ର ଓ ପାରମିତା ଶତପଥୀ ତାଙ୍କ କବିତାର ହିନ୍ଦୀ ଅନୁବାଦ ଏବଂ ଯଶୋଧାରା ମିଶ୍ର ଓ ବି. ଭୁମା ଇଂରାଜୀ ଅନୁବାଦ ପାଠ କରିଥିଲେ।

Udyog Nursery
Udyogi Nursery

କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଶ୍ରୀମତୀ ଶତପଥୀଙ୍କୁ ଅଙ୍ଗବସ୍ତ୍ର ଏବଂ ସାହିତ୍ୟଏକାଡେମୀ ପ୍ରକାଶିତ ପୁସ୍ତକ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରେଶ ଋତୁପର୍ଣ୍ଣା, ଦିବିକ୍ ରମେଶ, ଗିରିଶ୍ୱର ମିଶ୍ର, ଲକ୍ଷ୍ମୀ କନ୍ନନ୍ ଏବଂ ସୁମନ୍ୟୁ ଶତପଥୀ ପ୍ରମୁଖ ସୁପରିଚିତ ହିନ୍ଦୀ ଓ ଓଡ଼ିଆ ଲେଖକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀର ଉପସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.