ଦିନକେ ଭିତରେ ପଡିଥାନ୍ତା ବ୍ରିଜ: ଆରଡ଼ି ବିଭାଗ ପକ୍ଷରୁ ଚିଠି ଦେଲାପରେ ଅଧାରୁ ବନ୍ଦ ରହିଲା ସେତୁ ନିର୍ମାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଠାରୁ ରିଞ୍ଜାକୁ ସଂଯୋଗ ଥିବା ରାସ୍ତା ମଝିରେ ସରାବରାହ ଯୋର ଠାରେ ନିର୍ମାଣ ହେଉଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଅଟକଳ ମୂଲ୍ୟ ୨ କୋଟି ୭୧ ଲକ୍ଷ ୨୮ ହଜାର ୮୦୦ ଟଙ୍କା ବିନିମୟରେ ଟେଣ୍ଡର ଜରିଆରେ ପ୍ରକାଶ କୁମାର ମହାନ୍ତି ଟେଣ୍ଡରରେ କାମ କରୁଛନ୍ତି। ସେତୁ ନିର୍ମାଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ହଠାତ ଆର୍ଡି ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୧୪୪୫/୨୧ଜୁନ୨୦୨୪ ରିଖରେ ଠିକାଦାର ଶ୍ରୀ ମହାନ୍ତିଙ୍କୁ ଜୁନ ମାସ ଦ୍ଵିତୀୟ ସପ୍ତାହରୁ ବର୍ଷା ଆଗମନର ସୂଚନା ପାଇଁ ସମସ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ଚିଠି କରିଛନ୍ତି। କର୍ଲାମୁଣ୍ଡା ବ୍ଲକ ତଥା‌ ରିଞ୍ଜା, ଵୋରପଦର, ରେଗେଡା, ସାପଲହରା, ଯୋରାଡଵରା ସମେତ ସ୍କୁଲର ଛାତ୍ରଛାତ୍ରୀ ବର୍ଷା ଦିନରେ ଯିବା ଆସିବା ବନ୍ଦ ହୋଇଯିବ। ଏ ନେଇ ଯନ୍ତ୍ରୀ ଶୋଶନ କୁନ୍ଦୁଲୁଙ୍କୁ ଯୋଗାଯୋଗ କରିବାରୁ ସେ ମୁଁ ଠିକାଦାରଙ୍କୁ କହି ଡାଇଭେସନ ରାସ୍ତା ନିର୍ମିତ କରାଯିବ ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.