ବ୍ଳକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦେଶର ଅଖଣ୍ଡତା, ଏକତା ଓ ଦେଶପ୍ରେମ ଜାଗୃତ କରିବା ପାଇଁ ୮୦ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସମଗ୍ର ରାଷ୍ଟ୍ରରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦିଆଯାଇଛି। ଏହି କ୍ରମରେ ଶୁକ୍ରବାର କୋକସରା ବ୍ଳକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ବିଇଓ ମହେଶ କୁମାର ଭାଟି, କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆ, ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲ ସମେତ ବହୁ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ସାଧାରଣଲୋକେ ସାମିଲ ହୋଇଥିଲେ। ବ୍ଳକ କାର୍ଯ୍ୟାଳୟ ଠାରୁ ଏକ ବାଇକ୍ ରାଲି ବାହାରି ଜାତୀୟ ରାଜପଥ ଦେଇ ଗମ୍ଭାରୀଗୁଡା, ଚିକିଲି ଦେଇ ଲଡୁଗାଁରେ ପହଞ୍ଚିଥିଲେ। ଏବଂ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ନେତୃ ମଣ୍ଡଳୀ ଦେଶ ପ୍ରେମ୍ ଜାଗୃତ କରିବା ପାଇଁ ଜନ ସାଧାରଣଙ୍କ ଉଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହାପରେ ସେଠାରୁ କେନ୍ଦୁଡଙ୍ଗରୀ, ମହାଜନଗୁଡା ଛକ ଦେଇ ଜାତୀୟ ରାଜପଥ ଦେଇ କୋକସରାରେ ପହଞ୍ଚି ନଗର ପରିକ୍ରମା କରାଯାଇଥିଲା। ଏହି ସମୟରେ ସମସ୍ତେ ତ୍ରୀରଙ୍ଗା ପତାକା ଧରି ଭାରତ ମାତାକି ଜୟ, ହର ଘର ତ୍ରିରଙ୍ଗା, ଘରଘର ତ୍ରିରଙ୍ଗା ପ୍ରଭୃତି ନାରା ଦେଇ ଜନସଚେତନତା ସୃଷ୍ଟି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.