ସରକାରୀ ଉଚ୍ଚ ବିଦ୍ୟାଳୟ ରାକ୍ସିରେ ସ୍ୱଚ୍ଛତା ପକ୍ଷ ପାଳିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଇ ଭାରତ କଳାହାଣ୍ଡି ନେତୃତ୍ବରେ ନର୍ଲା ବ୍ଲକ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରାକ୍ସି ଠାରେ ସ୍ବଚ୍ଛତା ପକ୍ଷ ପାଳନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ କ୍ଳବର ସଦସ୍ୟ ମାନଙ୍କୁ ନେଇ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ସ୍ମୃତି ଚିହ୍ନ ପ୍ରଦାନ କରିଥିଲେ। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣାର ବ୍ଲକର ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଜଗଦୀଶ ମୁଣ୍ଡ, ସମ୍ମାନୀତ ଅତିଥି ଭାବରେ ସରିଆଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ସରକାରୀ ପ୍ରାଥମିକ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ଟଙ୍କଧର ଶାହା, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ତୋରେଶ୍ୱର୍ ଦୋରା, ରାକ୍ସି ହାଇସ୍କୁଲର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସ୍ୱାଇଁ ଏବଂ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ସ୍କୁଲ ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀ ରୀନା ପରିଡ଼ା, ହିନ୍ଦୀ ଶିକ୍ଷୟିତ୍ରୀ ରଶ୍ମିତା ତ୍ରିପାଠୀ, କଳା ଶିକ୍ଷୟିତ୍ରୀ ନିବେଦିତା ବେହେରା ଏବଂ କ୍ରୀଡ଼ା ଶିକ୍ଷକ ଶ୍ରବଣ କୁମାର ବାଗଙ୍କ ସମେତ ଅନୁଷ୍ଠାନର ସଦସ୍ୟ ଅସୀମ ଭୋଇ, ତାପସ ଭୋଇ, ସଦସ୍ୟା ମାଳିକା ସେଠୀ, ମାଳତୀ ସେଠୀ ଏବଂ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଅନୁଷ୍ଠାନର ସଦସ୍ୟ ଅଚ୍ୟୁତାନନ୍ଦ ଭୋଇ ସଭା ପରିଚାଳନା କରିଥିବା ବେଳେ ସୌମ୍ୟା ସୁସ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.