ପ୍ରେମ ପାଇଁ ଜୀବନ ଗଲା : ରେଳ ଧାରଣାରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ ଘଟଣା। ପ୍ରେମରେ ପ୍ରତାରିତ ପରେ ଆତ୍ମହତ୍ୟା ନା ହତ୍ୟା କରାଯାଇଛି ପୋଲିସର ତଦନ୍ତ ପରେ ହିଁ ଜଣାପଡ଼ିବ। ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ଗାଁର ଯୁବତୀ ଶ୍ରୀଦେବୀ ହରିଜନ ତାଙ୍କ ସାନ ଭଉଣୀର ମୋବାଇଲରେ ମେସେଜ ଛାଡ଼ିଯାଇଛନ୍ତି। ସେଥିରେ ଲେଖାଅଛିଯେ ସେ ପ୍ରେମରେ ପ୍ରତାରିତ ହେବା ପରେ ବଞ୍ଚିବା ଅପେକ୍ଷା ମୃତ୍ୟୁ ତାଙ୍କୁ ଅଧିକ ସହଜ ଲାଗିଲା ଏବଂ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ ପଥକୁ ବାଛି ନେଲେ ବୋଲି ସ୍ପଷ୍ଟ ଲେଖିଛନ୍ତି ଶ୍ରୀଦେବୀ। ସୂଚନାଯୋଗ୍ୟ ବନ୍ଧପାରି ଗାଁର ଅନିତା ହରିଜନଙ୍କ ଝିଅ ଶ୍ରୀଦେବି ହରିଜନ (୧୬)ଦୀର୍ଘ ଦିନ ହେଲା ଗଜରାଜପୁର ଗାଁ ବନ୍ଧପଡାର ନିଜ ମାମୁଁ ମୁକୁନ୍ଦ ହରପାଳଙ୍କ ପୁଅ ଲବ ହରପାଳକୁ ଭଲ ପାଉଥିଲେ। ଏହି ସମ୍ପର୍କ ଧୀରେ ଧୀରେ ବିବାହ ବନ୍ଦନାରେ ବାନ୍ଦୀ ହେବାକୁ ଯାଉଥିବା ବେଳେ ଦୁଇ ପରିବାରରେ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇଥିଲେ। ଶ୍ରୀଦେବୀଙ୍କ ସାନ ଭଉଣୀ ଲତା ହରିଜନ ଗଜରାଜପୁର ବନ୍ଧପଡାରେ ରହି ଭବାନୀପାଟଣାରେ ପାଠପଢୁଥିଲେ। ଗତ ୧ ତାରିଖ ଦିନ ଶ୍ରୀଦେବୀ ତାଙ୍କ ସାନ ଭଉଣୀ ଲତାକୁ ଭେଟିବା ପାଇଁ ଭବାନୀପାଟଣା ଯାଇଥିଲେ। ଭବାନୀପାଟଣା ଠାରୁ ବନ୍ଦପାରୀକୁ ଫେରିବା ସମୟରେ ଲେଟ ହେବାରୁ ତାଙ୍କ ପ୍ରେମିକ ଲବ ହରପାଳଙ୍କୁ ଆଣି ଆସିବା ପାଇଁ ଫୋନ କରିଥିଲେ। ଲବ ନିଜ ପ୍ରେମିକାକୁ ଆଣି ନିଜ ଘରକୁ ଆସିଥିଲା।

Omkar Vasthu
Omkar Vasthu

ତେବେ ୨ତାରିଖ ଦିନ ପ୍ରେମିକ, ପ୍ରେମିକାଙ୍କ ମାଧ୍ୟ୍ୟରେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଥା କଟାକାଟି ହେବାପରେ ଶେଷରେ ଉଗ୍ରରୂପ ଧାରଣ କରି ଲବ ଶ୍ରୀଦେବୀକୁ ମାଡ଼ ମାରିଥିବା ଅଭିଯୋଗ ହେଉଛି। ସଂଧ୍ୟାରେ ସମସ୍ତେ ଶୋଇପଡିବା ପରେ ବିଳମ୍ବିତ ରାତ୍ରିରେ ଶ୍ରୀଦେବୀ ଘରୁ ଚାଲିଯାଇଥିଲେ ଓ ତାହା ପୂର୍ବରୁ ତାଙ୍କ ସାନ ଭଉଣୀ ଲତାଙ୍କୁ ମୋବାଇଲ ମେସେଜ ପଠାଇଥିଲେ। ଲତା ସୋଇପଡି ଥିବା ଯୋଗୁଁ ମେସେଜ ଦେଖି ପାରିନଥିଲେ। ସକାଳୁ ଉଠି ଲତା ମୋବାଇଲ ଦେଖିଲା ବେଳକୁ ମୋବାଇଲରେ ଶ୍ରୀଦେବୀଙ୍କ ମେସେଜ ଥିଲାଯେ, ତୁ କାହାକୁ ଭଲପାଇ ଧରିକି ପଳେଇବୁ ନାହିଁ, ପଇସା ଖର୍ଚ କରିବୁ ନାଇଁ, ମାଁକୁ ସୁନ୍ଦର ସୁନ୍ଦର ଶାଢୀ କିଣିଦେବୁ, ସରିଧନ ତୋ ସ୍ବପ୍ନ ତୁ ପୂରଣ କରି ଭଲ ପାଠପଢ଼, ମତେ କ୍ଷମା କରିଦେ ମୁଁ ବହୁତ ବଡ଼ ପାପ କରିଛି ସେ ପାପି ସାଙ୍ଗରେ ମୁଁ ବାହା ହୋଇପାରିବି ନାହଁ, ସେ ଯାହାକୁବି ବାହା ହେଉ ସେ ଖୁସିରେ ରହୁ, ମୋ ଜୀବନ ବର୍ବାଦ କରିଦେଇଛି ମତେ ବେସି ଦୂର ଖୋଜିବ ନାଇଁ, ମତେ ଗଜରାଜପୁର ଟ୍ରେନ ଲାଇନ୍ ପାଖରେ ଖୋଜିବ ବୋଲି ମେସେଜରେ ଲେଖିଛନ୍ତି। ଲତା ସକାଳୁ ମେସେଜ ଦେଖିଲା ପରେ ସମସ୍ତ ପରିବାର ଲୋକଙ୍କୁ କହିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ଲାଞ୍ଜିଗଡ଼ରୋଡ଼ ରେଳ ଧାରଣାରେ ଖଣ୍ଡ ବି ଖଣ୍ଡ ହୋଇ ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ରେଳ ଧାରଣାରେ ମୃତ୍ୟୁ ଦେହ ଦେଖି ଲବ ହରପାଳ,ବାପା ମୁକୁନ୍ଦ ହରପାଲ ଓ ଜେଜେ ବାପା ଲାଲ କହଁର ହରପାଳ ମିଶି ରେଳ ଧାରଣରୁ ପୋଲିସକୁ ନଜଣାଇ ମୃତ୍ୟୁ ଦେହକୁ ଧରି ଘରକୁ ଆଣିଥିଲେ। ଏହାପରେ ଦୁଇ ପରିବାରଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ଦେଖା ଯାଇଥିଲା। ତେବେ ଏହାକୁ ନେଇ ଝିଅର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ହେଲେ ରେଳ ଧାରଣାରେ ମୃତ୍ୟୁ ହୋଇଥିବାରୁ ରେଳବାଇ ପୋଲିସ ଶବ ଜବତ କରିନଥିବା ବେଳେ ଦିର୍ଘ ୧୨ ଘଣ୍ଟା ପରେ ଖବର ପାଇ ନର୍ଲା ଥାନା ପକ୍ଷରୁ ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବରଙ୍କ ନେତୃତ୍ୱରେ ଏକ ଟିମ ଆସି ରେଲୱେ ପୋଲିସ ସହିତ ଆଲୋଚନା କରି ଘଟଣାର ତଦନ୍ତ କରିଥିବା ଜଣାପଡିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ପ୍ରଶ୍ନବାଛି ସୃଷ୍ଟି କରିଥିବା ବେଳେ ଶ୍ରୀଦେବୀର ପ୍ରେମିକ ଲବ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇନି ତ? ନା ଶ୍ରୀଦେବି ନିର୍ଯାତନା ସହି ନପାରି ରେଳ ଧାରଣକୁ ଯାଇ ଆତ୍ମହତ୍ୟା କରିଛି। ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତଦନ୍ତ ପରେ ହିଁ ସବୁ ତଥ୍ୟ ପର୍ଦାଫାଶ ହେବ ବୋଲି ପୋଲିସ ପକ୍ଷରୁ ସୂଚନାମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.