ଫାଟିଲା କାରର ଟାୟାର; ଭାଙ୍ଗିଲା ପାନ ଦୋକାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଳକ ମୋଟେର ନିକଟରେ ମଙ୍ଗଳବାର ଏକ କାର ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ କାରଟି ପାନ ଦୋକାନ ଉପରେ ଚଢି ଯାଇଥିବାବେଳେ ଦୋକାନର କ୍ଷତି ହୋଇଥିବା ଜଣାପଡିଛି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାରୁ ତରଭା ତହସିଲଦାର କାର ଯୋଗେ ଯାଉଥିବାବେଳେ ମୋଟେର ହାଇ ସ୍କୁଲ ନିକଟରେ ତାଙ୍କ କାର ଚକ ଫାଟି ଯିବା ଫଳରେ ଭାରସାମ୍ୟ ହରାଇ ଏକ ପାନ ଦୋକାନ ଉପରେ ଚଢି ଯାଇଥିଲା। ଫଳରେ କାର ଚୁରମାର ହୋଇଥିବା ବେଳେ ଦୋକାନ ମଧ୍ୟ ଭାଙ୍ଗିଯାଇଛି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଗାଡିରେ ଥିବା କାହାରି କ୍ଷତି ହୋଇ ନାହିଁ। ଅନ୍ୟପଟେ ଦୋକାନ ମାଲିକ ଓ ଗାଡ଼ି ମାଲିକ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.