ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ କ୍ରିୟା ଯୋଗ ଧ୍ୟାନ କେନ୍ଦ୍ରଠାରେ “ରାଇଫଲ ଆସୋସିଏସନ କଳାହାଣ୍ଡି”ର ଏକ ବୈଠକ ଜିଲ୍ଲା ସଭାପତି ଭାରତ ଭୂଷଣ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ଆରମ୍ଭରେ ଆସୋସିଏସନ ସମ୍ପାଦକ ପ୍ରଦୀପ କୁମାର ଦାସ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଭୀମସେନ ସାହୁ ନବନିର୍ବାଚିତ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସମିତିର ସଦସ୍ୟମାନଙ୍କର ପରିଚୟ ପ୍ରଦାନ କରି ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। ସଭାପତି ଦେଓ ତାଙ୍କ ସ୍ୱାଗତ ବକ୍ତବ୍ୟରେ ସଂଗଠନର ସ୍ୱଚ୍ଛତା ଏବଂ କାର୍ଯ୍ୟକ୍ରମ ଉପରେ ମାର୍ଗଦର୍ଶନ କରିଥିଲେ। ସୁନୀଲ କୁମାର ବେହେରା ଓ ରବି ମିଶ୍ର ଆସୋସିଏସନର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବା ଦିଗରେ ସମସ୍ତ ସଦସ୍ୟଙ୍କୁ ସକ୍ରିୟ ଭାବେ ସହଯୋଗ ଓ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ସନ୍ଦୀପ ମିଶ୍ର ଓ ନିରଞ୍ଜନ ଯୋଶୀ ନୂତନ ସଦସ୍ୟ ଭାବେ ଆସୋସିଏସନରେ ଯୋଗଦାନ କରିଥିବାରୁ ଉଭୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ବୈଠକରେ ପ୍ରଭୁପାଦ ପ୍ରଧାନ, ଅରିହନ୍ତ ଜୈନ, ସଞ୍ଜୟ କୁମାର ମିଶ୍ର ଓ ଶମ୍ଭୁ ପ୍ରସାଦ ରାଉତ ବିଭିନ୍ନ ସାଙ୍ଗଠନିକ ଓ ବିକାଶମୂଳକ ପ୍ରସଙ୍ଗରେ ନିଜ ମତାମତ ପ୍ରଦାନ କରିଥିଲେ। ଶେଷରେ ମହେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।





