ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ୍ ଚିଚୈଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବୃକ୍ଷ ରୋପଣ ସଚେତନତା ସଭା ଓ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବୀର କିଶୋର ମେହେରଙ୍କ ଅଧ୍ୟକ୍ଷତାରେ ସଭା ଓ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ରାକେଶ କୁମାର ମେହେର, ପିଇଟି ସୁଶାନ୍ତ କୁମାର ମୁଣ୍ଡ ଯୋଗଦେଇ ବୃକ୍ଷର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଅଧ୍ୟାପକ କାଳୀଚରଣ ଖାଡାଙ୍ଗା ମଞ୍ଚ ପରିଚାଳନା କରିଥିବାବେଳେ ଯୁବ ରେଡକ୍ରସ୍ ସଂଯୋଜକ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଭାଗନେଇ ଶତାଧିକ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରେଡକ୍ରସ୍ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।






