ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଧାନ ମଣ୍ଡି ଠାରେ କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି। କଳାହାଣ୍ଡି ଜିଲ୍ଲା କଲାର ସମାଜର ଯୁବ ସଭାପତି ଚୁଡ଼ାମଣି ନାଏକଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା କଲାର ସମାଜର ବରିଷ୍ଠ ସଦସ୍ୟ ସୋମନାଥ ବିଶି, ଗୁରୁବାରୁ ସିହ୍ନା, କୃଷ୍ଣ ଚନ୍ଦ୍ର ନାଏକ, ପିଣ୍ଟୁ ସିହ୍ନା, ରଘୁନାଥ ନାଏକ, ଲକ୍ଷ୍ମଣ ସିହ୍ନା, ବଲ କୃଷ୍ଣ ବିଶି, କେତନ ଧ ମାଝୀ, ଅଚ୍ୟୁତ କୁମାର ନାଏକ, ଦୁର୍ଯୋଧନ ନାଏକ, ନରସିଂହ ଧ, ମାଝୀ, କୃଷ୍ଣ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ନୂଆଖାଇ ଭେଟଘାଟ ଅବସରରେ କଳାହାଣ୍ଡି ଜିଲ୍ଲା କଲାର ସମାଜର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ। ବିରଞ୍ଜନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କେଶବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।