ଜୟମଙ୍ଗଳ ନାଳରେ ବୁଡ଼ି ଯୁବକ ମୃତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସେହି ଗ୍ରାମର ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ବସ୍ତିଆଙ୍କ ପୁଅ ଦିଲ୍ଲୀପ କୁମାର ବସ୍ତିଆ (୩୫) ଜୟମଙ୍ଗଳ ନାଳରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଦିଲ୍ଲୀପ ବାହାର ରାଜ୍ୟରେ ରହି କାମ କରୁଥିଲେ। ଦିଲ୍ଲୀପଙ୍କ ମାତା କିଛିଦିନ ପାଇଁ ପୁଅପାଖକୁ ଯାଇ ରହିଥିଲେ।  ଆଶ୍ୱିନ ମାସ ହେତୁ ସେ ନିଜ ମାଆଙ୍କୁ ଧରି ଗ୍ରାମକୁ ଆସିଥିଲେ। ତେବେ ଆଜି ସକାଳେ ଗାଁରେ ପ୍ରବାହିତ ଜୟମଙ୍ଗଳ ନାଳକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ। ଗାଁ ଲୋକମାବେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲକୁ ଆଣି ଥିଲେ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୋଲିସ ମେଡିକାଲରେ ପହଞ୍ଚି ପୋଷ୍ଟ ମଟମ ପାଇଁ ନିର୍ଦେଶ ଦେବାସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ତେବେ ପାଞ୍ଚନାମା ହେବାପରେ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏତେବଡ ଭେଣ୍ଡା ପୁଅର ଅକାଳ ବିୟୋଗରେ ବିଧବା ମା ବାହୁନି ବାହୁନି କାନ୍ଦୁଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.