ସୁନାଥରରେ ଅଭିଭାବକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ମହଙ୍କୁଦଙ୍କ ସଭାପତିତ୍ବରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭାଟକୁମରଡ଼ାର ପୂର୍ବତନ ସରପଞ୍ଚ ସୁମିତ୍ରା ପଲାଇ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ପ୍ରାୟ ୬୫ ଜଣ ଅଭିଭାବକ ଯୋଗଦାନ କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି ଅଭିଭାବକ ମାନଙ୍କୁ ଶିଶୁମାନଙ୍କ ପ୍ରଗତି ନିମନ୍ତେ ଦିଗଦର୍ଶନ ପ୍ରଦାନ କରିଥିଲେ। ଶେଷରେ ମୀରା ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.