ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏଲଟିଆଇ ମାଇଣ୍ଡଟ୍ରୀ ଫାଉଣ୍ଡେସନ ସହାୟତା ରେ ସଞ୍ଚୟ ଶକ୍ତି ଭବନ, ବୁରାଟ ଠାରେ ତିନି ଦିନିଆ ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ସେମିନାର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଜୟସେନ ନିଆଲ, ରାଜ୍ୟ ସ୍ତରୀୟ ତାଲିମ ଦାତା ସପନ କୁମାର ଗୁହ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁ, ମହାଶକ୍ତି ଫାଉଣ୍ଡେସନ ର ବୋର୍ଡ ମେମ୍ବର ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ ଓ ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ମ.ରାମପୁର ବ୍ଲକ ସଂଯୋଜକ ଭଗ୍ୟଶ୍ରୀ ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆୟୋଜକ ଶ୍ରୀ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ସଂପର୍କରେ ସୁଚନା ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନିଆଲ ଶିକ୍ଷା ଅଧିକାର ଓ ଶିକ୍ଷା ନୀତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉକ୍ତ ସେମିନାରରେ ମଦନପୁର ରାମପୁର ବ୍ଲକର ଡମ୍ବ କର୍ଲାଖୁଣ୍ଟା, ମାନିକେରା, ମୋହନ ଗିରି, ଦେଢ଼ଶୁଲି ଓ ସିଂହପୁର ଗ୍ରାମପଞ୍ଚାୟତର ସ୍କୁଲ କମିଟିର ସଦସ୍ୟ, ଶିକ୍ଷକ, ଲୋକପ୍ରତିନିଧି ୪୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ। ତାଲିମ ଦାତା ଭାବେ ସପନ କୁମାର ଗୁହ ଓ ହୃଦାନନ୍ଦ ସାହୁ ତାଲିମ ପ୍ରଦାନ କରିଥିଲେ।ସମୀର ପୁଝାରୀ, ମମିତା ପୁଝାରୀ, ଶୈରେନ୍ଦ୍ରି ସାହୁ, ଭାରତୀ ଶର୍ମା ଓ ବଂଶୀଧର ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ମହାଶକ୍ତି ଫାଉଣ୍ଡେସନର ଭଗ୍ୟଶ୍ରୀ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।